Odisha Link
Bridging the Missing Links in Odisha

କ୍ଷମା ମାଗିବାର ପ୍ରଶ୍ନ ଉଠୁନି: ନରସିଂହ

ଭୁବନେଶ୍ୱର: ଯାହା କହିଛି ଠିକ କହିଛି। କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ। ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀରେ ପରେ ଏଭଳି ରୋକଠୋକ ଜବାବ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।
ଶ୍ରୀ ମିଶ୍ର କହିଛନ୍ତି ଯେ, ମୁଁ ଯାହା କହିଛି କିଛି ମିଛ କହିନାହିଁ। ଏକଦମ ଠିକ କହିଛି। ଯେଉଁଥି ପାଇଁ ମୁଁ କ୍ଷମା ମାଗିବି ନାହିଁ। ବିଜେପି ବନ୍ଧୁମାନେ ଧର୍ମ ନାମରେ ରାଜନୀତି କରିବାରେ ଓସ୍ତାଦ। ଇଏ ତାଙ୍କର ଆଉ ଗୋଟିଏ ରାଜନୀତି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହାଛଡ଼ା ଏହା ମୋର ମତ। ଦଳର ନୁହେଁ ବୋଲି ସେ କହିଛନ୍ତି।

Comments are closed.