Odisha Link
Bridging the Missing Links in Odisha

ଧାନ ପାଇଁ ତେଜିଲା ଆନ୍ଦୋଳନ

ସମ୍ବଲପୁର: ଧାନ କିଣା ପ୍ରସଙ୍ଗକୁ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ଚାଷୀଙ୍କ ଆନ୍ଦୋଳନ ଜୋରାଦାର ହୋଇଛି। ସମ୍ବଲପୁର କଚେରୀ ପଡ଼ିଆରେ ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଛି। ଆନ୍ଦୋଳନକୁ ଜୋରଦାର କରିବାକୁ ଚାଷୀ ସଂଗଠନ ଘୋଷଣା କରିଥିବା ଜଣାପଡ଼ିଛି। ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାନ ରଖି ପ୍ରତିବାଦ କରାଯିବା ନେଇ ଚାଷୀ ସଂଗଠନ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଆସନ୍ତା କାଲି ଜିଲାର ବିଧାୟକଙ୍କ ଘର ସମ୍ମୁଖରେ ଧାନ ରଖି ପ୍ରତିବାଦ କରିବେ ବୋଲି ମଧ୍ୟ ଜଣାଇଛନ୍ତି। ସମ୍ପୃକ୍ତ ଘଟଣାକୁ ନେଇ ଅତାବିରା ତହସିଲ୍‍ ରେ ଚାଷୀ-ପ୍ରଶାସନ ଆଲୋଚନା ବିଫଳ ହୋଇଛି। ତହସିଲ କାର୍ଯ୍ୟାଳୟ ଭିତରୁ ସମସ୍ତ କର୍ମଚାରୀଙ୍କୁ ବାହାରକୁ କାଢି କାର୍ଯ୍ୟାଳୟକୁ ଆନ୍ଦୋଳନକାରୀ ତାଲା ପକାଇ ଦେଇଛନ୍ତି। ଏହାସହ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ଶୋଭାଯାତ୍ରା ଆରମ୍ଭ କରିଛନ୍ତି। ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜରୁରୀ ବୈଠକ ଡ଼ାକିବା ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକଙ୍କୁ ଡ଼ାକି ଆଲୋଚନା କରିଛନ୍ତି।

Comments are closed.