Odisha Link
Bridging the Missing Links in Odisha

ମାହାଙ୍ଗା ଭଳି ସାରା ଓଡିଶାରେ ପକ୍କାଘର ଦୁର୍ନୀତି କରାଇବେ କି ମନ୍ତ୍ରୀ : ବିଜେପି

ଭୁବନେଶ୍ୱର : ମାହାଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତି ହୋଇଥିବା କଥା ନିଜେ ସରକାର ମାନିଥିଲେ । ନିଜେ ପଚାଂୟତରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହାର ତଦନ୍ତ କରାଇ ସାନି ହିତାଧିକାରି ତାଲିକା ପ୍ରସ୍ତୁତ କରିବା ବିଜ୍ଞପ୍ତି ପ୍ରକାଶ କରିଥିଲେ । ହେଲେ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ବିଡିଓଙ୍କ ସମୟରେ ମାହାଙ୍ଗା ବ୍ଲକରେ ଅନିୟମିତତା ହୋଇଛି ସେହି ବିଡିଓଙ୍କୁ ଏବେ ନିଜେ ପଂଚାୟତରାଜ ମନ୍ତ୍ରୀ ନିଜର ସ୍ୱନ୍ତ୍ର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ।

ମାହାଙ୍ଗା ଭଳି ସାରା ଓଡିଶାରେ ଯେପରି ଭାବେ ପକ୍କାଘର ଦୁର୍ନୀତି ହୋଇଛି ତାକୁ ଆହୁରି ବ୍ୟାପକ କରାଇବା ପାଇଁ ପଂଚାୟତରାଜ ମନ୍ତ୍ରୀ ଯୋଜନା କରିଛନ୍ତିକି ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ମୁଖପାତ୍ର ଗୋଲକ ମହାପାତ୍ର । ମହାପାତ୍ର କହିଛନ୍ତି ଯେ, ଦୁର୍ନିତିଗ୍ରସ୍ତ ଅଧିକାରି ମାନଙ୍କୁ ବିଜୁ ଜନତା ଦଳର ସରକାରରେ ପଦୋନ୍ନତି ମିଳେ । ଜଣେ ଦୁର୍ନିତିଗ୍ରସ୍ତ ଅଧିକାରିଙ୍କୁ ମନ୍ତ୍ରୀଙ୍କର ସ୍ୱନ୍ତ୍ର ସଚିବ ଭାବେ ନିଯୁକ୍ତି ଦେବା କେଉଁ ସରକାରଙ୍କର ୫ଟି ଭିତରୁ କେଉଁ ଟିରେ ଆସୁଛି ।

ମାହାଙ୍ଗା ନିର୍ବାଚନ ମଣ୍ଡଳିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ନେଇ ବିଜେପି ନେତା ଶାରଦା ପ୍ରଧାନ ପୁରା ତଥ୍ୟ ପ୍ରମାଣ ସହିତ ଅଭିଯୋଗ କରିଥିଲେ । ମାହାଙ୍ଗା ବ୍ଲକର ମଉଦା ପଚାଂୟତରେ ୨୦୧୮-୧୯ ଆର୍ଥୀକ ବର୍ଷରେ ଯେଉଁ ଆବେଦନ ଗୁଡିକୁ ସେମାନଙ୍କର କୋଠାଘର ଅଛି ବୋଲି ନାକଚ କରାଯାଇଥିଲା ପୁଣି ସେହି ସମାନ ଲୋକମାନଙ୍କୁ ୨୦୧୯-୨୦ ଆର୍ଥୀକ ବର୍ଷରେ ଯୋଗ୍ୟ ବୋଲି ଦର୍ଶାଇ ସେମାନଙ୍କ ନାଁରେ ପକ୍କାଘର ଦିଆଯାଇଥିବା କଥା ସାମ୍ନାକୁ ଆସିଥିଲା ।

ସେହିପରି ଅନେକ ପଚାଂୟତର ସମୁଦାୟ ପରିବାର ସଂଖ୍ୟା ଠାରୁ ଯେତିକି ପରିବାରକୁ ପକ୍କାଘର ମିଳିଛି ତାହା ଅଧିକ । କିଭଳି ଭାବେ ପରିବାର ସଂଖ୍ୟା ଠାରୁ ହିତାଧୀକାରି ପରିବାର ସଂଖ୍ୟା ବଢିଗଲା ତାହା ବଡ ଆଶ୍ଚର୍ଯ୍ୟର କଥା । ଏପରି ବ୍ୟାପକ ଅନିୟମିତତା କରିଥିବା ସରକାରି ଅଧିକାରିଙ୍କୁ ପଦୋନ୍ନତି ଦେଇ ସରକାର ଦୁର୍ନୀତିକୁ ନିତି କରିଛନ୍ତି ବୋଲି ମହାପାତ୍ର କହିଛନ୍ତି ।

Comments are closed.