Odisha Link
Bridging the Missing Links in Odisha

ଥାଇରଏଡ୍‌ ର ଲକ୍ଷଣ ଜାଣନ୍ତୁ

ଭୁବନେଶ୍ବର : ଆଜିକାଲି ନିଜ ପାଇଁ ତଥା ନିଜ ଦେହ ପାଇଁ କାହାପାଖରେ ସମୟ ନଥାଏ । ତେଣୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏପରି ଅନେକ ରୋଗ ଅଛି ଯାହା ଋତୁ ଅନୁସାରେ ହୋଇଥାଏ ।ସାଧାରଣତଃ ଶୀତ ଦିନରେ ଅନେକ ଲୋକ ଅସୁସ୍ଥ ହୋଇ ପଡିଥାନ୍ତି ।

ଥାଇରଏଡ୍‌ ଶୀତ ଦିନରେ ଅନେକ ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳିଥାଏ । ଏହାକୁ ଅନେକ ଲୋକ ରୋଗ ବୋଲି ଭାବିଥାନ୍ତି କିନ୍ତୁ ଏହା ରୋଗ ନୁହେଁ । ଆମ ଗଳାରେ ଏକ ଗ୍ରନ୍ଥି ରହିଛି, ଯାହା ଶରୀର ପାଇଁ ଆବଶ୍ୟକୀୟ ଥାଇରକ୍ସିନ୍‌ ହର୍ମୋନ୍‌ ନିର୍ଗତ କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଏହି ଥାଇରକ୍ସିନ୍‌ ହର୍ମୋନ୍‌ ଅଧିକ ନିର୍ଗତ ହୁଏ, ତା’ହେଲେ ତାହାକୁ ଡାକ୍ତରୀ ଭାଷାରେ ଓଭର୍‌ ଆକ୍ଟିଭ୍‌ ଥାଇରଏଡ୍‌ ବା ହାଇପର୍‌ ଥାଇରଏଡ୍‌ଜିମ୍‌ କୁହାଯାଏ।

ବିଶେଷଜ୍ଞଙ୍କ ମତରେ ଥାଇରଏଡ୍‌କୁ ‘ସାଇଲେଣ୍ଟ କିଲର୍‌’ ବୋଲି ମଧ୍ୟ କୁହାଯାଇଥାଏ। ଥାଇରଏଡ୍‌ ସମସ୍ୟା ଦେଖା ଦେଲେ ଭୟ ନକରି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। କାରଣ ଭବିଷ୍ୟତରେ ଥାଇରଏଡ୍‌ ଯୋଗୁ ହୃଦ୍‌ରୋଗ ସହ ହାଡ଼ ସମ୍ୱନ୍ଧୀୟ ସମସ୍ୟା ମଧ୍ୟ ଦେଖାଯିବାର ଆଶଙ୍କା ରହିଥାଏ।

ଆସନ୍ତୁ ଜାଣିବା, ଥାଇରଏଡ୍‌ ହେବାର ଲକ୍ଷଣ-

୧. ସବୁବେଳେ ଦୁର୍ବଳ ଓ ଥକା ଲାଗିବା।

୨. ଅଧିକ ଗରମ ଲାଗିବା ସହ ଝାଳ ବାହାରିବା।

୩. କେଶ ଝଡ଼ିବା।

୪. ତ୍ୱଚା କୁଣ୍ଡାଇ ହୋଇ ଲାଲ୍‌ ପଡ଼ିଯିବା ।

୫.ନିଃଶ୍ୱାସ ନେବାରେ ସମସ୍ୟା ହେବା, ହୃତ୍‌ ସ୍ପନ୍ଦନ ବଢ଼ିବା ଓ ହାତ ଥରିବା ।

୬. ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ଲାଗିବା।

Comments are closed.