Odisha Link
Bridging the Missing Links in Odisha

ସୋନିଆ-ଶରଦ ସାକ୍ଷାତକାର, ପାୱାର କହିଲେ.

ନୂଆଦିଲ୍ଲୀ: ଆଜି ଅପରାହ୍ନରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଶରଦ ପାଓ୍ବାର। ଭେଟିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ, ସୋନିଆଙ୍କ ସହ ମହାରାଷ୍ଟ୍ର ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହାସହ ମହାରାଷ୍ଟ୍ରରେ ରାଜନୈତିକ ସ୍ଥିତି ନେଇ ଆଲୋଚନା ହୋଇଛି। ହେଲେ ସରକାର ଗଠନ ନେଇ କୌଣସି ପ୍ରକାର ଚର୍ଚ୍ଚା ହୋଇନାହିଁ ବୋଲି ପାୱାର କହିଛନ୍ତି।

ଏଥିସହିତ ଶରଦ କହିଛନ୍ତି ଶିବସେନା କହୁଥିବା ୧୭୦ ବିଧାୟକଙ୍କ କଥା ମୋତେ ଜଣା ନାହିଁ। ସୋନିଆ ଗାନ୍ଧି ଓ ଶରଦ ପାଓ୍ବାରଙ୍କ ଏହି ସାକ୍ଷାତକାର ମହାରାଷ୍ଟ୍ର ରାଜନୀତି ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ।

Comments are closed.