Odisha Link
Bridging the Missing Links in Odisha

ଡ଼ ସୁବେୟା ସନମୁଗମ ପୁନଃ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ସୁଶ୍ରୀ ନିଧି ତ୍ରୀପାଠୀ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ

ଭୁବନେଶ୍ୱର : ଡ଼ ସୁବେୟା ସନମୁଗମ (ଚେନ୍ନାଇ) ଏବଂ ସୁଶ୍ରୀ ନିଧି ତ୍ରୀପାଠୀ (ଦିଲ୍ଲୀ) ଦେଶର ପ୍ରମୂଖ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନୂତନ ଶିକ୍ଷାବର୍ଷ ୨୦୧୯-୨୦ ପାଇଁ ନିର୍ବାଚିତ ହୋଇଛନ୍ତି । ଆଗାମୀ ୨୨ ତାରିଖରୁ ଆଗ୍ରା ଠାରେ ଆରମ୍ଭ ହେଉଥିବା ରାଷ୍ଟ୍ରୀୟ ଅଧିବେଶନରେ ଦାୟୀତ୍ୱ ଗ୍ରହଣ କରିବେ ।

ଡ଼ ସୁବେୟା ସନମୁଗମ: ଛାତ୍ର ଜୀବନରୁ ବିଦ୍ୟାର୍ଥୀ ପରିଷଦରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି । ଚିକିତ୍ସା କ୍ଷେତ୍ରରେ କ୍ୟାନ୍ସର ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି । ଏମ ବିବିଏସ, (କ୍ୟାନ୍ସର ଚିକିତ୍ସା) ପର୍ଯ୍ୟନ୍ତ ହୋଇଛି । ଚେନ୍ନାଇ ସ୍ଥିତ କିଲ୍ପୋକ ମେଡିକାଲ କଲେଜରେ କ୍ୟାନ୍ସର ଚିକିତ୍ସା ବିଭାଗରେ ହେଡ ଅଫ ଦ ଡିିପାଟମେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଶୁଦ୍ଧା ୩୦୦୦ରୁ ଅଧିକ ସର୍ଜରୀ, ୬୫ରୁ ଅଧିକ ଚିକିତ୍ସା ଗବେଶଣା ପତ୍ର ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପତ୍ରରେ ପ୍ରକାଶିତ ହୋଇଛି ଏବଂ ତାଙ୍କ ଅଧିନରେ ୫୦ରୁ ଅଧିକ ଗବେଶଣା କରିଛନ୍ତି । କ୍ୟାନ୍ସର ବିଜ୍ଞାନ ଚିକିତ୍ସାର ବିଭିନ୍ନ ଜାତୀୟ ଓ ଅନ୍ତର୍ଯ୍ୟାତୀୟର ସଦସ୍ୟ ଅଛନ୍ତି । ୧୯୮୬ ମସିହାରୁ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ ଦାୟୀତ୍ୱ ରହି ପୂର୍ବରୁ ତାମିଲନାଡୁ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ଉପସଭାପତି ଭାବେ ଦାୟୀତ୍ୱ ତୁଲାଇଛନ୍ତି । ବର୍ତ୍ତମାନ ଶିକ୍ଷାବର୍ଷ ୨୦୧୯-୨୦ ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି ।

ସୁଶ୍ରୀ ନିଧି ତ୍ରୀପାଠୀ: ଆଲହାବାଦ ବିଶ୍ୱବିଦ୍ୟାଳୟ ରୁ ବିଏ ଏବଂ ଜବାହାର ନେହେରୁ ବିଶ୍ୱବିଦ୍ୟାଳୟରୁ ଏମ ଏ , ଏମଫିଲ ପର୍ଯ୍ୟନ୍ତ ପାଠପଢା ସରିବା ପରେ ବର୍ତ୍ତମାନ ପିଏଚ୍ ଡି ଅଧ୍ୟୟନ କରୁଛନ୍ତି । ୨୦୧୩ ବର୍ଷରୁ ବିଦ୍ୟାର୍ଥୀ ପରିଷଦରେ ଶକ୍ରିୟ ରୂପେ କାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ଜେଏନୟୁ ନଗରରେ ବିଭିନ୍ନ ଦାୟୀତ୍ୱ ନିର୍ବାହନ କରିବା ପରେ ୨୦୧୭ ମସିହାରେ ଜେଏନୟୁ ଛାତ୍ର ସଙ୍ଘ ନିର୍ବାଚନରେ ଅଧ୍ୟକ୍ଷ ପଦରେ ନିର୍ବାଚନ ଲଢିଥିଲେ । ୨୦୧୬ ମସିହାରେ ଜେଏନୟୁ ରେ ଲାଗିଥିବା ଭାରତ ବିରୋଧି ସ୍ଲୋଗାନ ବିରୁଦ୍ଧରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ମିଶନ ଶାହାସୀ ପରି ବିଭିନ୍ନ ଛାତ୍ରୀ ସୁରକ୍ଷା ବିଭିନ୍ନ ସକାରାତ୍ମକ କାର୍ଯ୍ୟ ନେତୃତ୍ୱ ନେଇଛନ୍ତି । ପୁର୍ବରୁ ରାଷ୍ଟ୍ରୀୟ ସମ୍ପାଦକ ପରି ଗୁରୁତ୍ୱ ପୂର୍ଣ୍ଣ ଦାୟୀତ୍ୱ ତୁଲାଇଛନ୍ତି ।

ବର୍ତ୍ତମାନ ଶିକ୍ଷାବର୍ଷ ୨୦୧୯-୨୦ ପାଇଁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ୧୯୯୧ ମସିହାରୁ ଦିଆହୋଇ ଆସୁଥିବା ପ୍ରଫେସର ୟସବନ୍ତରାଓ କେଲକର ପୁରସ୍କାର ପାଇଁ ଚଳିତ ବର୍ଷ ନଭି ମୁମ୍ବାଇର ସମାଜ ସେବୀ ସାଗର ରେଡ୍ଡୀଙ୍କୁ ମନୋନୀତ କରାଯାଇଛି । ସେ ଅନାଥ ପିଲା ମାନଙ୍କ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକରି ବେଶ ପରିଚିତ । ରାଷ୍ଟ୍ରୀୟ ଅଧିବେଶନ ଠାରେ ତାଙ୍କୁ ଆଗାମୀ ୨୫ ତାରିଖ ଦିନ ୧ ଲକ୍ଷ ଅର୍ଥରାଶୀ ଏବଂ ମାନପତ୍ର ସହ ପ୍ରଦାନ କରାଯିବ ।

Comments are closed.