ବାଂଲାଦେଶକୁ ଅଲଆଉଟ୍ କଲା ଭାରତ

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ରେ ଭାରତର ପ୍ରଶଂସନୀୟ ପ୍ରଦର୍ଶନ। ଭାରତୀୟ ଟିମ୍ ବାଂଲାଦେଶକୁ ୧୦୬ ରନ୍ରେ ଅଲ୍ଆଉଟ୍ କରିଛି। ଏହା ବାଂଲାଦେଶର ଭାରତ ବିପକ୍ଷରେ ୧୯ ବର୍ଷ ମଧ୍ୟରେ ସର୍ବ ନିମ୍ନ ସ୍କୋର। ଏହା ହେଉଛି ଶୃଙ୍ଖଳାର ଦ୍ୱିତୀୟ ଟେଷ୍ଟ। ଭାରତ ଶୃଙ୍ଖଳାର ପ୍ରଥମ ଟେଷ୍ଟରେ ବିଜୟୀ ହୋଇ ୧-୦ରେ ଅଗ୍ରଣୀ ଅଛି।
ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ଭାରତୀୟ ବୋଲରଙ୍କ ଆଗରେ ବାଂଲାଦେଶ ଟିମ୍ର ଜଣେ ପରେ ଜଣେ ଆତ୍ମ ସମର୍ପଣ କରିଥିଲେ। ଈଶାନ୍ତ ଶର୍ମା ୨୨ ରନ୍ ଦେଇ ୫ଟି ଓ୍ଵିକେଟ୍ ନେଇଥିଲେ। ଏଥି ସହ ଉମେଶ ଯାଦବ ୩ଟି ଓ ମହମ୍ମଦ ସାମି ୨ଟି ଓ୍ଵିକେଟ ନେଇଥିଲେ। ବାଂଲାଦେଶ ୩୦.୩ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇଥିଲା।