Odisha Link
Bridging the Missing Links in Odisha

ସର୍ବଭାରତୀୟ ସାନ୍ତାଳୀ ଲେଖକ ମହାସମ୍ମିଳନୀ ଯୋଗ ଦେବେ ; ନବୀନ

ଭୁବନେଶ୍ୱର : ଆସନ୍ତା ୨୩ ତାରିଖ ଦିନ ଭୁବନେଶ୍ୱରରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଅନୁଷ୍ଠିତ ହେଉଛି । ୨୩ ତାରିଖ ଦିନ ଏହି ସମ୍ମିଳନୀର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ଏହି ୨ ଦିନିଆ ଲେଖକ ସମାବେଶରେ ବିହାର, ପଶ୍ଚିମ ବଙ୍ଗ, ଆସାମ, ଝାରଖଣ୍ଡ, ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ସହସ୍ରାଧିକ ଲେଖକ, ବୁଦ୍ଧିଜୀବୀ ଓ ପ୍ରତିନିଧି ସମବେତ ହେବେ ।

ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ଏହି ମହାସମ୍ମିଳନୀ ଭୁବନେଶ୍ୱରରେ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ‘ଆଦିମ ଅଓ୍ୱାର ଜାର୍‌ ପା’ ଆନୁକୂଲ୍ୟରେ ଆୟୋଜିତ ହେଉଛି । ଏହି ସମାରୋହରେ ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତି ସଂ ପର୍କରେ ବିବିଧ ଆଲୋଚନା ହେବ । ଏହି ସମ୍ମିଳିନୀର ସଫଳତା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଉଦ୍ୟମ ଜାରି ରହିଛି ।

Comments are closed.