ରାଜ୍ୟସଭାରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ୍
ନୂଆଦିଲ୍ଲୀ: ବହୁ ବିତର୍କ ପରେ ରାଜ୍ୟସଭାରେ ପାରତି ହୋଇଛି ନାଗରିକତା ସଂଶୋଧନ ବିଲ୍। ଏହି ବିଲ୍ ପୂର୍ବରୁ ଲୋକସଭାରେ ପାସ୍ ହୋଇ ସାରିଛି। ଆଜି ଏହି ବିଲକୁ ନେଇ ରାଜ୍ୟସଭାରେ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହୋଇଥିଲା।
ଶେଷରେ ବିଲ ସପକ୍ଷରେ ୧୧୭ ଭୋଟ ପଡ଼ିଥିବା ବେଳେ ବିରୋଧରେ ୯୨ ଭୋଟ ପଡ଼ିଛି। ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ଶିବସେନା ଲୋକସଭାରେ ଏହାକୁ ସମର୍ଥନ କରିଥିଲେ ହେଁ ରାଜ୍ୟସଭାରେ ଏହାକୁ ବିରୋଧ କରିଥିଲା। ଏପରି କି ଦଳର ୩ ଜଣ ଯାକ ସାଂସଦ ଭୋଟିଂ ପ୍ରକ୍ରିୟାକୁ ବୟକଟ କରିଥିଲେ। ଭୋଟିଂ ବେଳେ ୨୦୯ ଜଣ ସାଂସଦ ଗୃହରେ ଉପସ୍ଥିତ ଥିଲେ।
Comments are closed.