Odisha Link
Bridging the Missing Links in Odisha

ପ୍ରଥମ ଭାରତୀୟ ଭାବେ ୪୦୦ ଛକା କ୍ଲବରେ ସାମିଲ ହେଲେ ରୋହିତ

ମୁମ୍ବାଇ: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ଫର୍ମକୁ ଫେରିଲେ ହିଟ୍‌ ମ୍ୟାନ ରୋହିତ ଶର୍ମା। ଲାଗାତର ଦୁଇଟି ମ୍ୟାଚରେ ଖରାପ ପଦର୍ଶନ କରିବା ପରେ ଆଜି ଦମଦାର ପ୍ରଦର୍ଶନ କରିଛନ୍ତି ରୋହିତ। ୭୧ ରନର ଦମଦାର ଖେଳ ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ। ଏଥିସହ ରୋହିତ୍ ଏକ ନୂଆ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ରୋହିତ୍ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ମାରିବାର ରେକର୍ଡ କରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକାର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାଁରେ ରହିଛି, ଯିଏ ମୋଟ ୫୩୪ ଛକା ମାରିଛନ୍ତି। ତାଙ୍କ ପରକୁ ପାକିସ୍ତାନର ଶାହିନ୍ ଆଫ୍ରିଦି (୪୭୬ ଛକା) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏବେ ସର୍ବାଧିକ ଛକା ମାରିବାରେ ଦୁନିଆର ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହାଛଡ଼ା ରୋହିତ୍ ଆଉ କିଛି ରେକର୍ଡ ମଧ୍ୟ କରିଛନ୍ତି।

ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନର ରେକର୍ଡ ଏବେ ରୋହିତଙ୍କ ନାଁରେ ହୋଇଛି। ରୋହିତ୍ ୯୬ ଇନିଂସରେ ୨୬୩୩ ରନ୍ କରି ବିରାଟ୍‌ କୋହଲିଙ୍କୁ ପଛରେ ପକାଇଛନ୍ତି। ପୂର୍ବ ମ୍ୟାଚରେ ବିରାଟ୍ ରୋହିତଙ୍କୁ ଟପି ଟି-୨୦ରେ ସର୍ବାଧିକ ରନ୍ କରିଥିଲେ। ତେବେ ରୋହିତଙ୍କୁ ଏହି ରେକର୍ଡ ଭାଙ୍ଗିବା ପାଇଁ ମାତ୍ର ୧ ରନ୍ ଆବଶ୍ୟକ ହେଉଥିଲା, ଯାହା ସେ ସହଜରେ ହାସଲ କରି ନେଇଛନ୍ତି।

Comments are closed.