Odisha Link
Bridging the Missing Links in Odisha

 ଚମକିଲେ ରୋହିତ-ରାହୁଲ ଯୋଡି, ୱେଷ୍ଟଇଣ୍ଡିଜ୍ ଆଗରେ ୨୪୧ ରନର ଲକ୍ଷ୍ୟ

ମୁମ୍ବାଇ: ଛକା ଚୌକାର ବର୍ଷା ଜମିଲା ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ। ଟିମ୍‌ ଇଣ୍ଡିଆର ରନ୍‌ ବର୍ଷାରେ ଧରାଶାୟ ଓ୍ବେଷ୍ଟଇଣ୍ଡିଜ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ ।

ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ୍ । ଓ୍ବେଷ୍ଟଇଣ୍ଡିଜ୍‌ର ରଣନୀତିରେ ପାଣି ପକାଇଦେଇଥିଲା ଟିମ୍‌ ଇଣ୍ଡିଆ। ପ୍ରଥମରୁ ହିଁ ରନ୍ ବର୍ଷା ଆରମ୍ଭ କରିଥିଲା ବିରାଟ ବାହିନୀ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା(୭୧) ଏବଂ କେଏଲ ରାହୁଲ(୯୧) ଏବଂ ଅଧିନାୟକ ବିରାଟ କୋହଲିଙ୍କ(୭୦) ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜ୍ ଆଗରେ ୨୪୧ ରନର ବିଶାଳ ଟାର୍ଗେଟ୍ ଧାର୍ଯ୍ୟ କରିଛି ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୩ଟି ଓି୍ୱକେଟ୍ ହରାଇ ୨୪୦ ରନ୍ ସଂଗ୍ରହ କରିଛି ।

Comments are closed.