Odisha Link
Bridging the Missing Links in Odisha

ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇଡ୍‌କୋ ସମୀକ୍ଷା

ଭୁବନେଶ୍ୱର : ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟା ପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ପୂର୍ବାହ୍ନରେ ଇଡ୍‌କୋଠାରେ ଉଦ୍ୟୋଗ ସଂଶୋଧନ ଯୋଜନା(ଏଣ୍ଟର ପ୍ରାଇଜ୍‌ ରିସୋର୍ସ ପ୍ଲାନିଂ)ର ସମୀକ୍ଷା କରିଥିଲେ । ରାଜ୍ୟରେ ଶିଳ୍ପ ଉନ୍ନୟନ ସଂସ୍ଥା(ଇଡ୍‌କୋ) ଦ୍ୱାରା ଆରମ୍ଭ କରାଯାଇଥିବା ଆଇଟି ଗୋ-ଆଇ ପାସ୍‌ ସଂପର୍କରେ ଉଦ୍ୟୋଗୀମାନଙ୍କ ଆବେଦନର ଆବଣ୍ଟନ ବିଷୟରେ ଅବଗତ ହେବା ନିମିତ୍ତ ଆରମ୍ଭ ହୋଇଥିବା ପ୍ରକି୍ରୟା ସଂପର୍କରେ ସମୀକ୍ଷା କରିଥିଲେ ।

ଇଡ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ ଏହି ପ୍ରକ୍ରିୟା ସଂପର୍କରେ ସବିଶେଷ ତଥ୍ୟ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କୁ ଅବଗତ କରାଇଥିଲେ । ଏହା ବ୍ୟତୀତ ଓଡ଼ିଶାରେ ଶିଳ୍ପ ବିକାଶ କ୍ଷେତ୍ରରେ ତ୍ୱରାନ୍ୱିତ କରାଯାଉଥିବା ଭିତ୍ତି ସଂରଚନା କାର୍ଯ୍ୟ ପ୍ରଣାଳିବେଳେ ସରକାରଙ୍କ ଦ୍ୱାରା କରାଯାଇଥିବା ୫ ‘ଟି’ର ଆଭିମୁଖ୍ୟ ପ୍ରତି ପାଳନ ସଂପର୍କରେ ସମୀକ୍ଷା କରିଥିଲେ ।

ଇଡ୍‌କୋ ଠାରେ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଥିବା ଇଲେକ୍‌ଟ୍ରୋ ମେକାନିକାଲ୍‌ ମଲ୍ଟି ଲେବଲ୍‌ କାର ପାର୍କିଂ ସିଷ୍ଟମ୍‌ (ବହୁତଳ କାର ରହଣି ବ୍ୟବସ୍ଥା)ଯାହାକି ରାଜ୍ୟର ସର୍ବପ୍ରଥମ ତାହାକୁ ବୁଲି ଦେଖିଥିଲେ । ଉଭୟ କାର୍ଯ୍ୟକ୍ରମରେ ଇଡ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ, ଡ. ଗଣେଶ୍ୱର ଜେନା, ସିଜିଏମ୍‌ ( ପି ଆଣ୍ଡ ଏ), ଡ. ଭକ୍ତକବି ଦାସ, ସିଜିଏମ୍‌ ( ପି ଆଣ୍ଡ ସି) ଶାଶ୍ୱତ ପଟ୍ଟନାୟକ ପ୍ରକଳ୍ପ ମୁଖ୍ୟ,  କୁଶଧର ମହନ୍ତ ସିଜିଏମ୍‌ (ଏମ୍‌ଏସ୍‌ଏମ୍‌ଇ) ଏବଂ ବିଜୟ କୁମାର ସ୍ୱାଇଁ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରମୁଖ ପଦାଧିକାରୀ ଉ ପସ୍ଥିତ ଥିଲେ ।

Comments are closed.