Odisha Link
Bridging the Missing Links in Odisha

ବିବାହ ପୂର୍ବରୁ ଯୁବତୀଙ୍କୁ ଦୁଷ୍କର୍ମ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଂଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି। ସୂଚନା ମୁତାବକ, ସ୍ଥାନୀୟ ଗ୍ରାମର ଜଣେ ବିବାହିତ ଯୁବକ ଯୁବତୀଙ୍କ ସହ କିଛି କଥା ହେବା ବାହାନାରେ ଏକ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ଯୁବକ ଜଣକ ତାଙ୍କ ହାତ ଗୋଡ ବାନ୍ଧି ଦେଇ ଘରେ ୩ ଘଣ୍ଟା ବାନ୍ଧି ରଖିଥିଲେ। ଗ୍ରାମର କିଛି ଯୁବକ ଯୁବତୀଙ୍କ ଚିତ୍କାର ଶୁଣି ଥାନାକୁ ଖବର ଦେଇଥିଲେ। ଏହା ପରେ ପୁଲିସ ଓ ଗ୍ରାମବାସୀଙ୍କ ସହଯୋଗରେ ଯୁବତୀଙ୍କୁ ସେହି ଘରୁ ଉଦ୍ଧାର କରାଯାଇଥିଲା। ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବାର ଅଭିଯୋଗ ତାଙ୍କ ବାପା ଥାନାରେ ଦେବା ପରେ ପୁଲିସ ଏବେ ଘଟଣାର ତଦନ୍ତ କରୁଛି। ତେବେ ଅଭିଯୁକ୍ତ ଜଣକ ଫେରାର ଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଏବେ ଛାନଭିନ ଚଳାଇଛି। ଉଲ୍ଲେଖଯୋଗ୍ୟ ଥାଉ କି ଆସନ୍ତା ମାସରେ ଯୁବତୀଙ୍କ ବିବାହ ହେବାର ସ୍ଥିର ହୋଇଥିଲା।

Comments are closed.