Odisha Link
Bridging the Missing Links in Odisha

ସିଏଏକୁ ନେଇ ଶାହଙ୍କୁ ଟାର୍ଗେଟ କଲେ ସୋନିଆ, ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଲାଗି ରହିଛି ବିରୋଧ। ଏହି ସମୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ସିଏଏକୁ ନେଇ ଅମିତ ଶାହଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଦେଶରେ ସମସ୍ତଙ୍କୁ ସୁରକ୍ଷା ଦେବା ଓ ଶାନ୍ତି ସ୍ଥାପନ କରିବା ଦାୟିତ୍ୱ ସରକାରଙ୍କର। କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବେ ଲୋକମାନଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି।

ମୋଦି ସରକାର ହିଂସା ପାଇଁ ଉସକାଉଛନ୍ତି ଓ ଲୋକଙ୍କ ମଧ୍ୟରେ ବିଭେଦତା ସୃଷ୍ଟି କରୁଛନ୍ତି। ଏପରି କି ମୋଦି ସରକାର ଆମ ଦେଶର ଯୁବପିଢ଼ିଙ୍କ ଭବିଷ୍ୟତକୁ ନଷ୍ଟ କରି ଦେଉଛନ୍ତି। ସିଏଏ ଲାଗୁ ହେବା ପରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଅଶାନ୍ତି ସୃଷ୍ଟି ହୋଇଛି। ଅମିତ ଶାହଙ୍କ ସାହସ ଯଦି ଅଛି, ତା’ହେଲେ ଥରେ ଉତ୍ତର ପୂର୍ବ ରାଜ୍ୟକୁ ଯାଆନ୍ତୁ ବୋଲି ସୋନିଆ ଚ୍ୟାଲେଞ୍ଜ କରିଛନ୍ତି।

Comments are closed.