Odisha Link
Bridging the Missing Links in Odisha

ମୋ ଝିଅ ଗ୍ରୋନ୍‌ ଅପ୍‌ ଗାର୍ଲ : ମନ୍ତ୍ରୀ

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‌ ନିଷିଦ୍ଧାଞ୍ଚର ଭିଡିଓ ଭାଇରାଲ୍‌ ଘଟଣାରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ। ଭିଡିଓରେ ୩ ଅଭିନେତ୍ରୀଙ୍କ ସହ ନବ ସାଦଙ୍କ ଝିଅ ଥିବା ଚର୍ଚ୍ଚା ହେଉଥିବା ବେଳେ ମନ୍ତ୍ରୀ ନବ କହିଛନ୍ତି ଯେ, ମୁଁ ଭିଡିଓ ଦେଖି ନାହିଁ କି ଏ ବାବଦରେ କିଛି ଜାଣି ନାହିଁ। ଯିଏ ଭିଡିଓରେ ଥିଲା ତାଙ୍କୁ ପଚାରନ୍ତୁ। ମୋ ଝିଅ ଗ୍ରୋନ୍‌ ଅପ୍‌ ଗାର୍ଲ। ଆଇନ ତା ବାଟରେ ଯିବ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।
ସୂଚନାଯୋଗ୍ୟ ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡିଓ ଭାଇରାଲ ଘଟଣାରେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ପ୍ରକୃତି ମିଶ୍ର ଅକଳରେ ପଡ଼ିଛନ୍ତି। ତେବେ ଏହି ଘଟଣାରେ ତାଙ୍କର କୌଣସି ଦୋଷ ନଥିବାବେଳେ ପରୋକ୍ଷରେ ପ୍ରକୃତିଙ୍କୁ ଦାୟୀ କରିଛନ୍ତି ଏଲିନା । ତାଙ୍କର ଭିଡିଓ କେତେବେଳେ ସୁଟିଂ ହେଲା, କିଏ କଲା ସେ ଜାଣିନଥିଲେ । ଏବେ ମିଡିଆରେ ସେ ଏହା ଜାଣିବାକୁ ପାଉଛନ୍ତି । ଅନୁମତି ନେଇ ସେ ନିଷିଦ୍ଧାଞ୍ଚଳକୁ ଯିବା ସହ ପ୍ରକୃତିକୁ ଉପଭୋଗ କରୁଥିଲେ ବୋଲି ଏଲିନା କହିଛନ୍ତି ।
ସିଧାସଳଖଭାବେ ସେ ପ୍ରକୃତିଙ୍କ ନାମ ନନେଇଥିଲେ ମଧ୍ୟ ପରୋକ୍ଷରେ ପ୍ରକୃତିଙ୍କୁ ଟାର୍ଗେଟ କରିଛନ୍ତି । ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଏଲିନା କହିଛନ୍ତି ଯେ, ତାଙ୍କ ସୋସିଆଲ ମିଡିଆଆକାଉଣ୍ଟରୁ ଏହା ଛଡ଼ା ଯାଇନାହିଁ । ଭିଡିଓ ଉତ୍ତୋଳନ ବେଳେ ସାଧାରଣତଃ ଅନୁମତି ନେବା କଥା । କିନ୍ତୁ ତାଙ୍କର ଅଜାଣତରେ ଏହି ଭିଡିଓ ସୁଟିଂ କରାଯାଇଛି । ଜଣେ ଦାୟିତ୍ୱ ସମ୍ପନ୍ନ ଅଭିନ୍ରେତୀଭାବେ ଆଗକୁ ସେ ଏଥିପ୍ରତି ସଚେତନ ହେବେ ବୋଲି କହିଛନ୍ତି । ହୀରାକୁଦ ନିଷିଦ୍ଧାଞ୍ଚଳର ଏହି ଭିଡିଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଇନଷ୍ଟ୍ରା ଗ୍ରାମରେ ପ୍ରସାରିତ କରାଯାଇଥିଲା। ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେହି ଭିଡିଓଟିକୁ ପ୍ରକୃତି ହଟାଇ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଶନିବାର ଓଡ଼ିଆ ସିନେମା ଜଗତର ତିନି ଜଣ ଅଭିନେତ୍ରୀ ସମ୍ବଲପୁର ଆସିଥିବାବେଳେ ଡ୍ୟାମ ଉପର ଦେଇ ହୀରାକୁଦ ପଟରୁ ବୁର୍ଲା ପଟକୁ ଆସିଥିଲେ। ତେବେ ସେମାନେ ଡ୍ୟାମ ଉପରେ ଗାଡ଼ି ଅଟକାଇ ଫଟୋ ଓ ଭିଡିଓ ସୁଟିଂ କରିଥିଲେ । ପରେ ଜଣେ ଅଭିନେତ୍ରୀ ଏହି ଭିଡିଓକୁ ଇନଷ୍ଟ୍ରାଗ୍ରାମରେ ଛାଡ଼ିଥିଲେ। ଏହି ଭିଡିଓରେ ସମ୍ପୃକ୍ତ ଅଭିନେତ୍ରୀ ‘ଆଇ ଆମ ଆଟ ହୀରାକୁଦ ଡ୍ୟାମ..’ ସ୍ପଷ୍ଟ ଭାବେ କହୁଥିବା ଦେଖିବାକୁ ମିଳିଥିଲା ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବନ୍ଧ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଚେତାପଶିଛି। ସମ୍ପୃକ୍ତ ଅଭିନେତ୍ରୀ ମଧ୍ୟ ଏହି ଭିଡିଓକୁ ଇନଷ୍ଟ୍ରାଗ୍ରାମରୁ କାଢି ନେଇଛନ୍ତି।

Comments are closed.