Odisha Link
Bridging the Missing Links in Odisha

ଜାମିଆ ବିବାଦ: ଇଣ୍ଡିଆ ଗେଟ୍‌ ନିକଟରେ ଧାରଣା ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଓ ଆଲିଗଡ଼ ଛାତ୍ରଛାତ୍ରୀ ଓ ପୋଲିସ୍‌ ମଧ୍ୟରେ ହୋଇଥିବା ବିବାଦ ଥମିବାର ନା ଧରୁନି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଛାତ୍ରଛାତ୍ରଙ୍କ ଉପରେ ମାଡ଼ପିଟ ଘଟଣାକୁ ପ୍ରତିବାଦ କରି ଇଣ୍ଡିଆ ଗେଟ୍‌ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅର୍ଥାତ୍‌ ୨ଘଣ୍ଟା ଧରି ଧାରଣା ଦେଉଛନ୍ତି ପ୍ରିୟଙ୍କା ଓ ତାଙ୍କ ସହଯୋଗୀ।

ଜାମିଆର ଛାତ୍ରଛାତ୍ରୀଙ୍କ ସହ ରହିଛନ୍ତି ବୋଲି ପ୍ରମାଣ କରିବା ପାଇଁ ପ୍ରିୟଙ୍କା ଇଣ୍ଡିଆ ଗେଟ୍‌ ନିକଟରେ ରାସ୍ତାରେ ବସି ଆନ୍ଦୋଳନ କରିଛନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ କେସି ଭେନୁଗୋପାଲ, ସୁସ୍ମିତା ଦେବ, ଏକେ ଆଣ୍ଟୋନି ଓ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ପ୍ଲାକକାର୍ଡ ଧରି ଇଣ୍ଡିଆ ଗେଟ୍‌ରେ ଧାରଣା ଦେଇଥିଲେ। ଅପରାହ୍ଣ ୪ଟାରେ ପ୍ରିୟଙ୍କା ଇଣ୍ଡିଆ ଗେଟ୍‌ରେ ଧାରଣା ଆରମ୍ଭ କରିଥିଲେ। ଏହାପରେ ସାଧାରଣ ଲୋକ ଓ କଂଗ୍ରେସ ନେତାମାନେ ମଧ୍ୟ ଜାମିଆ ଓ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ପୁଲିସ୍‌ର ଆକ୍ରମଣ ବିରୋଧରେ ରାସ୍ତାରେ ବସିଥିଲେ।

Comments are closed.