Odisha Link
Bridging the Missing Links in Odisha

ରାଜସ୍ଥାନୀ ନୃତ୍ୟରେ ଝୁମିଲେ ଦର୍ଶକ

ଭୁବନେଶ୍ୱର ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ବିଷ୍ଣୁ ପଦ ସେଠୀ ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପ୍ରଦୀପ ପ୍ରଜ୍ୱଳନ କରି ସାଂସ୍କୃତିକ ସନ୍ଧ୍ୟାର ଶୁଭ ଉଦ୍‌ଘାଟନ କରିଥିଲେ ।

ସନ୍ଧ୍ୟାରେ ମଞ୍ଚରେ ରାଜସ୍ଥାନୀ ଭଓ୍ୱାଇ ଗ୍ରୁପ୍‌ର କଳାକାରମାନେ ରାଜସ୍ଥାନୀ ନୃତ୍ୟ ପରିବେଷଣ କରିଥିଲେ । ପରେ ପରେ ପଶ୍ଚିମବଙ୍ଗ ପୁରୁଲିଆର କଳାକାରମାନେ ଚିତ୍ତାକର୍ଷକ ଛଉନୃତ୍ୟ ପରିବେଷଣ କରିଥିଲେ ।

ଏହି ଉତ୍ସବରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଉପଢୌକନ ପ୍ରଦାନ କରିଥିଲେ । କଳାକାରମାନଙ୍କୁ ମଧ୍ୟ ଉ ପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟହ ସନ୍ଧ୍ୟା ୬ଟା ୩୦ ମିନିଟ୍‌ରୁ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ତୋଷାଳି ମେଳା ପ୍ରତ୍ୟହ ଦିବା ୧୧ଟାଠାରୁ ରାତି ୯ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଜନତା ମଇଦାନଠାରେ ଡିସେଞ୍ଚର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

Comments are closed.