ଫାର୍ମ ହାଉସ୍ରେ ନିଆଁ, ୨୦ଲକ୍ଷ ଟଙ୍କାର ସମ୍ପତି ନଷ୍ଟ

ନୀଳଗିରି: ଫାର୍ମ ହାଉସ୍ରେ ନିଆଁ ଲାଗି ୨୦ଲକ୍ଷ ଟଙ୍କାର ସମ୍ପତି ନଷ୍ଟ। ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ସିକିଡ଼ିଆ ଗ୍ରାମରେ ଏକ ଫାର୍ମ ହାଉସରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି। କେହି ଦୁର୍ବୃର୍ତ୍ତ ରାଗ ରଖି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡ ଫଳରେ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଫାର୍ମ ହାଉସ୍ର ମାଲିକ ବେଣୁଧର ଗେଡି ବୋଲି ଜଣାପଡିଛି।