Odisha Link
Bridging the Missing Links in Odisha

ବରଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ଼: ବରଗଡ଼ ଜିଲ୍ଲାରେ ଆଜି ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଉଦଘାଟନ କରିବା ସହ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର କୋଠା ସହ ସାଇନ୍ସ ପାର୍କର ଉଦଘାଟନ କରିଛନ୍ତି।
ସୂଚନା ଅନୁଯାୟୀ, ୭୦ କୋଟି ୬୪ ଲକ୍ଷରୁ ଅଧିକ ଟଙ୍କାର ୭ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ସାଇନ୍ସ ପାର୍କ, ସୋହେଲା ନୂଆପଡ଼ା ରାସ୍ତାରେ ଅଙ୍ଗ ନଦୀ ଉପରେ ହାଇଲେଭଲ ସେତୁ ଟୁକୁର୍ଲା ନୂଆ ଡ଼ାକ୍ତରଖାନାର ନବନିର୍ମିତ ରୋଗୀ ସହାୟକ ବିଶ୍ରାମଗୃହ, ପାକଶାଳା ଏବଂ କ୍ୟାଣ୍ଟିନ। ରାଜସ୍ୱ ବିଭାଗ ବିଶ୍ରାମଗାର ଏବଂ ପଦ୍ମପୁର ଅଞ୍ଚଳର ପାରିପାଶ୍ୱିର୍କ ଉନ୍ନତିକରଣ କାର୍ଯ୍ୟ। ବରଗଡ଼ ରାଜସ୍ୱ ନିରୀକ୍ଷକ ଓ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ। ଏହାସହ ୫୯ କୋଟି ୪୪ ଲକ୍ଷ ଟଙ୍କାର ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଟୁକୁର୍ଲା ନୂଆ ଡ଼ାକ୍ତରଖାନାର ଔଷଧ ଭଣ୍ଡାର, ରକ୍ତ ଭଣ୍ଡାର ଏବଂ ୩୬ ଟି କର୍ମଚାରୀ ବାସଗୃହ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରେକର୍ଡ଼ ରୁମ ଏବଂ ୮ଟି ସରକାରୀ କର୍ମଚାରୀ ବାସଗୃହ। ଦିପ୍ତିପୁର ଗାଇସିଲେଟ ରାସ୍ତାରେ ତେଲମହୁଲ ନାଳ ଏବଂ ବିଜେପୁର ଦୁବଲାବାହାଲ ରାସ୍ତାରେ ଘେଁଷାଳି ଯୋର ଉପରେ ହାଇଲେଭଲ ସେତୁ ଓ ବରଗଡ଼ ଜିଲାର ୧୨ଟି ସଡ଼କ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Comments are closed.