Odisha Link
Bridging the Missing Links in Odisha

ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଲେ କଙ୍ଗନା

ମୁମ୍ବାଇ : ବଲିଉଡରେ ନିଜକୁ ଜଣେ ଦକ୍ଷ ଅଭିନେତ୍ରୀ ଭାବରେ ଗଢ଼ି ତୋଳିଛନ୍ତି କଙ୍ଗନା ରାଣାଓ୍ବତ୍‌ । ସେ ଅନେକ ସିନେମାରେ ନିଜର ଅଭିନୟର ଯାଦୁରେ ସମସ୍ତଙ୍କ ମନକୁ କିଣି ନେଇଛନ୍ତି । କଙ୍ଗନା ୩ ଥର ଜାତୀୟ ପୁରସ୍କାର ହାସଲ କରିସାରିଛନ୍ତି ।

ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ। ଯେଉଁଥିରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୪ ଜଣଙ୍କ ନାମ ଥିଲା । କଙ୍ଗନା ରାଣାଓ୍ବତ୍‌, କରନ୍‌ ଜୋହର, ଅଦ୍‌ନାନ ଶାମୀ ଏବଂ ଏକତା କପୁର।

ଏହି ପୁରସ୍କାର ଘୋଷଣା ପରେ କଙ୍ଗନା ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ପୁରସ୍କାରକୁ ଦେଶର ସମସ୍ତ ମା’ ଏବଂ କନ୍ୟାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ବୋଲି କହିଛନ୍ତି। ଏହି ପୁରସ୍କାର କେବଳ ତାଙ୍କର ନୁହେଁ, ଭାରତର ସମଗ୍ର ମହିଳାଙ୍କର। ଯେଉଁମାନେ ଦେଶକୁ ସୁନ୍ଦର ଭାବେ ଗଢ଼ି ତୋଳୁଛନ୍ତି ।

ସିନେମା‘ପଙ୍ଗା’ ପାଇଁ ମଧ୍ୟ ସେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଜୟଲଳିତାଙ୍କ ବାୟୋପିକ୍‌ରେ କଙ୍ଗନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.