Odisha Link
Bridging the Missing Links in Odisha

ଚିଲିକାରେ ଫସିଲା ଭସାପୋଲ

ଚିଲିକା: ଚିଲିକା ମଝିରେ ଫସି ଅଟକି ରହିଛି ଭସାପୋଲ। ପ୍ରବଳ ବର୍ଷା ଯୋଗୁଁ ଚାନେଲରୁ ବାହାରି ଯାଇଥିବା ନେଇ ସୂଚନା ମିଳିଛି। ଭସାପୋଲରେ ୭୦ରୁ ୮୦ ଜଣ ଯାତ୍ରୀ ଫସି ରହିଛନ୍ତି। ପୋଲରେ ଗୋଟିଏ ବସ୍‌ ସହ କିଛି ବାଇକ୍‌ ମଧ୍ୟ ଫସି ରହିଛି। ଚାନେଲରୁ ବାହାରି ଯାଇଥିବାରୁ ଆସିପାରୁନଥିବା ସୂଚନା ମିଳିଛି। ଜହ୍ନିପଦାରୁ ସାତପଡା ଆସୁଥିବା ବେଳେ ଚିଲାକା ମଝିରେ ଅଟକି ରହିଛି ଭସାପୋଲ।