Odisha Link
Bridging the Missing Links in Odisha

ଶାଢ଼ୀ ଭାଙ୍ଗିଦେଲା ବାହାଘର

ବେଙ୍ଗାଲୁରୁ: ଶାଢ଼ୀ ପାଇଁ ଭାଙ୍ଗିଗଲା ବାହାଘର। ବହୁ କାରଣରୁ ବାହାଘର ଭାଙ୍ଗି ଯାଏ ମାତ୍ର ଶାଢ଼ୀ ପାଇଁ ବାହାଘର ଭାଙ୍ଗିବା କଥା ଆପଣ ପୂର୍ବରୁ ଶୁଣିନଥିବେ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ। ବରର ମାତା-ପିତାଙ୍କୁ କନ୍ୟାର ଶାଢ଼ୀ ପସନ୍ଦ ନ ଆସିବାରୁ ବିବାହ ଭାଙ୍ଗିଯିବା ସହ ବର ବିବାହ ମଣ୍ଡପରୁ ଉଠି ପଳାଇ ଯାଇଛି।

ସୂଚନା ଅନୁସାରେ, କର୍ଣ୍ଣାଟକ ହାସନ୍‌ ସହରର ଜଣେ ଯୁବକ ଯୁବତୀ ମଧ୍ୟରେ ୧ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏଥିସହ ବିବାହ କରି ସାରା ଜୀବନ ସାଥୀ ହୋଇ ରହିବାକୁ ଦୁଇଜଣ ନିଷ୍ପତ୍ତି ନେଇଥିଲେ ଏ ନେଇ ଉଭୟ ପରିବାରର ମଧ୍ୟ ବିବାହ ପାଇଁ ସହମତି ଦେଇଥିଲେ। ଗତ ବୁଧବାର ଦିନ ବିବାହର ରୀତିନୀତି ଚାଲିଥିଲା ସମୟରେ କନ୍ୟାର ଶାଢ଼ୀ ଦେଖି ବରର ମାତା-ପିତା ନା ପସନ୍ଦ କରିବା ସହ ଖରାପ କ୍ୱାଲିଟିର ଶାଢ଼ୀ ବୋଲି କହିଥିଲେ ଏବଂ କନ୍ୟାକୁ ଶାଢ଼ୀ ବଦଳାଇବା ପାଇଁ କହିଥିଲେ। ଯାହାକୁ ନେଇ ବର ଓ କନ୍ୟା ଘର ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଏଥିରେ ବରର ମାତା-ପିତା ରାଗିଯାଇ ବାହାଘର ଭାଙ୍ଗିବା କଥା କହିଥିଲେ। ଏହା ଶୁଣି ବର ବିବାହ ମଣ୍ଡପରୁ ପଳାଇ ଯାଇଥିଲେ। ଏହି ଘଟଣାକୁ ନେଇ ପୁଲିସ୍‌ ବର ବିରୋଧରେ ଏକ ଫ୍ରଡ୍‌ ମାମଲା ରୁଜୁ କରିଛି।

Comments are closed.