Odisha Link
Bridging the Missing Links in Odisha

କରୋନାରେ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ବେଜିଂ: ମହାମାରୀର ରୂପ ଧାରଣ କରି ଅଣାୟତ୍ତ କଲାଣି କରୋନା ଭୂତାଣୁ। ଦନକୁ ଦିନ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁ ବଢିବାରେ ଲାଗିଛି। ସୋମବାର ରାତି ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି। ଚୀନର ଏକ ସରକାରୀ ଗଣମାଧ୍ୟମ ସୂଚନା ଅନୁସାରେ କରୋନରେ ବର୍ତ୍ତମାନ ସୁଦ୍ଧା ୧୦୧୧ ଜଣଙ୍କର ମୃତ୍ୟୁ ହୋଇଛି।

ଗତକାଲି ହୁବେଇରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ପ୍ରାୟ ୨ ହଜାରୁ ଉର୍ଦ୍ଧ୍ବ ନୂଆ ସଂକ୍ରମଣ ରୋଗୀ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ୨୪ଟି ଦେଶରେ ୩୧୯ ଜଣଙ୍କଠାରେ କରୋନା ଭାଇରସ ପଜିଟିଭ୍ ଚିହ୍ନଟ ହୋଇଛି। ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୪୨ ହଜାର ୮୦୦ରେ ପହଞ୍ଚିଛି।

Comments are closed.