Odisha Link
Bridging the Missing Links in Odisha

ଭାରତ ଓ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ, ଭାରତର ବ୍ୟାଟିଂ ଜାରି

ମାଉଣ୍ଟ ମାଓଁଗାନୁଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟିକିଆ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ମାଉଣ୍ଟ ମାଓଁଗାନୁଇ ସ୍ଥିତ ବେ ଓଭାଲ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ। ଭାରତର ବ୍ୟାଟିଂ ଜାରି ରହିଛି। ୧୩.୪ ଓଭରରେ ୩ ଓ୍ବିକେଟ୍ ହରାଇ ୭୦ ରନ୍ ସଂଗ୍ରହ କରିଛି ଭାରତ।

ଭାରତର ପୃଥ୍ବୀ ସ ଏବଂ ମୟଙ୍କ ଅଗ୍ରଓ୍ବାଲ ଓପନିଂ କରିଥିଲେ। ପୃଥ୍ବୀ ସ ୪୨ଟି ବଲ୍ ଖେଳି ୪୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ମାତ୍ର ୩ଟି ବଲ୍ ଖେଳି ୧ ରନ୍ କରି ପ୍ୟାଭେଲିୟନ୍ ଫେରିଯାଇଛନ୍ତି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ମାତ୍ର ୧୨ଟି ବଲ୍ ରୁ ୯ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଶ୍ରେୟସ ଆୟର ୧୮ ବଲ୍ ରୁ ୧୨ ରନ୍ ଏବଂ କେ ଏଲ ରାହୁଲ ୭ ବଲ୍ ଖେଳି ୬ ରନ୍ କରି କ୍ରିଜ୍ ରେ ରହିଛନ୍ତି।

ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇଥିବା ଟିମ୍ ଇଣ୍ଡିଆ ଆଜି ନିଜ ସମ୍ମାନ ରକ୍ଷା କରିବାକୁ ଚାହିଁବ। ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଁ ପ୍ରଥମେ ଟ୍ବେଣ୍ଟି-୨୦ରେ ଭଲ ପ୍ରଦର୍ଶନ କରିବା ପରେ ଦିନିକିଆରେ ଟିମ୍ ଇଣ୍ଡିଆ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜକୁ ୫-୦ରେ କ୍ଲିନ୍ ସୁଇପ୍ କରିଥିବା ଭାରତୀୟ ଦଳ ଦିନିକିଆରେ ସିରିଜ୍ ହରାଇଛି।

Comments are closed.