Odisha Link
Bridging the Missing Links in Odisha

ଦିଲ୍ଲୀ ନିର୍ବାଚନ ଫଳାଫଳ; କେଉଁଠି କିଏ ଆଗରେ, ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ସକାଳ ୮ଟାରୁ ଦିଲ୍ଲୀରେ ଭୋଟ୍ ଗଣତି ଜାରି ରହିଛି। ଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୧ଟି କେନ୍ଦ୍ରରେ ଭୋଟ୍ ଗଣତି ହେଉଛି। ୭୦ସିଟ୍‌ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟଗଣନା ଜାରି ରହିଛି। ତେବେ ବର୍ତ୍ତମାନ ସୁଦ୍ଧାର ଚାଲିଥିବା ଭୋଟ ଗଣତିରେ କଂଗ୍ରେସ ଓ ବିଜେପି ଠାରୁ ଆମ୍‌ ଆଦମୀ ପାର୍ଟି ଖୁବ୍ ଆଗର ରହିଛି।

୭୦ଟି ବିଶିଷ୍ଟ ବିଧାନସଭାରେ ବର୍ତ୍ତମାନ ସୁଦ୍ଧା ଗଣତି ଅନୁଯାୟୀ ଆମ୍ ଆଦମୀ ପାର୍ଟି ୫୨ରୁ ଅଧିକ ଆସନରେ ଆଗରେ ଚାଲିଥିବା ବେଳେ ବିଜେପି ୧୮ଟିରେ ଆସନରେ ଆଗରେ ଚାଲୁଛି। କଂଗ୍ରେସ କୌଣସି ଆସନରେ ଆଗରେ ଚାଲିନାହିଁ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନୂଆଦିଲ୍ଲୀ ଆସନରେ ଆଗୁଆ ରହିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ପତପରଗଞ୍ଜ ଆସନରେ ଆଗୁଆ ରହିଛନ୍ତି।ଚାନ୍ଦିନୀ ଚୌକ ସିଟ୍‌ରୁ ଅଲକା ଲାମ୍ବା ପଛୁଆ ଚାଲୁଥିବା ବେଳେ ବିଜେପିର କପିଲ ମିଶ୍ରା ପଛରେ ଚାଲୁରହିଛନ୍ତି

Comments are closed.