Odisha Link
Bridging the Missing Links in Odisha

‘ସାମାଜିକ ସୁରକ୍ଷା ଓ ସଶକ୍ତିକରଣରେ ସ୍ବେଚ୍ଛାସେବୀଙ୍କ ଭୂମିକା ପ୍ରଶଂସନୀୟ’ : ଅଶୋକ

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ନିମନ୍ତେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ, ଟ୍ରଷ୍ଟ ଏବଂ ବଦାନ୍ୟ ବ୍ୟକ୍ତିବିଶେଷଙ୍କର ତାତ୍ପର୍ଯ୍ୟ ପୂର୍ଣ୍ଣ ଭୂମିକା ରହିଥିବାବେଳେ ସେମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି ।

ଆଜି ପୂର୍ବାହ୍ନରେ ବିଭିନ୍ନ ସୁବିଧା ସୁଯୋଗରୁ ବଂଚିତ ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟ ‘ରୂପାନ୍ତର ’ରେ ଯୋଗଦେଇ ମନ୍ତ୍ରୀ ପଣ୍ଡା ଉପରୋକ୍ତ ମର୍ମରେ ବଂଚିତ ଛାତ୍ରଛାତ୍ରୀମାନଙ୍କ ଜୀବନଶୈଳୀ, ଦକ୍ଷତା ବୃଦ୍ଧି ଏବଂ ପ୍ରତିଭା ବିକାଶ ତାଲିମ ଉ ପରେ ଗୁରୁତ୍ୱାରୋପ କରିଛନ୍ତି ।

ବିଭିନ୍ନ ଅନାଥାଶ୍ରମ, ଜନଜାତି ଛାତ୍ରାବାସ, ଶିକ୍ଷାନୁଷ୍ଠାନ ତଥା ସେଲଟର ହୋମ୍‌ ଏବଂ ବସ୍ତି ଅଞ୍ଚଳରେ ଥିବା ଅସହାୟ ଅନୁନ୍ନତ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଅଭିବୃଦ୍ଧି କାର୍ଯ୍ୟକ୍ରମ ‘ରୂପାନ୍ତର’ରେ ପ୍ରାୟ ୨ ଶହ ବିଦ୍ୟାର୍ଥୀ ଯୋଗଦେଇଥିବାବେଳେ ୨୦ ଜଣ ନିଜ ଅଭିଜ୍ଞତା ଓ ପରିବର୍ତ୍ତନ ବାବଦରେ ମୁକ୍ତ ବକ୍ତବ୍ୟ ରଖିଥିଲେ ।

ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଚିବ ନିରଞ୍ଜନ ରଥ, ‘ ପ୍ରମେୟ’ର ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ତାଲିମ ଏବଂ ଦକ୍ଷତା ବିକାଶ ବଳରେ ତୃଣମୂଳସ୍ତରର ଅସହାୟ ବିଦ୍ୟାର୍ଥୀମାନଙ୍କୁ ସଶକ୍ତ ଏବଂ ଅନୁେ ପ୍ରରିତ କରାଯାଇ ପାରିବ ବୋଲି ଦର୍ଶାଇ ତାଲିମ ପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ପ୍ରଶିକ୍ଷକ, ପ୍ରଶିକ୍ଷିକା, ପୃଷ୍ଠେ ପାଷକ ତଥା ସହଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ । ଏକ ସ୍ମରଣିକା ମଧ୍ୟ ଲୋକାର୍ପିତ ହୋଇଥିଲା ।

ସ୍ବେଚ୍ଛାସେବୀ ସଂଗଠନ ‘ହୁ୍ୟମାନ୍‌ ପୋଟେନସିଆଲ୍‌ ଡେଭଲ ପ୍‌ମେଣ୍ଟ ଟ୍ରଷ୍ଟ’ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ମ୍ୟାନେଜିଂ ଟ୍ରଷ୍ଟ ରାଜକୁମାର ସୂତାର ଅଧ୍ୟକ୍ଷତା କରି ଟ୍ରଷ୍ଟ ପକ୍ଷରୁ ଏଯାବତ୍‌ ଭୁବନେଶ୍ୱର, ଦାମନଯୋଡି ଓ ରାଜନଗର ଅଞ୍ଚଳରେ ୨୩ଟି ଦଫାରେ ମୋଟ ୩୬୨ ଜଣ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିତ୍ୱ ବିକାଶ ତାଲିମ ପ୍ରଦାନ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ ।

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଦର୍ଶାଇ ସୂତାର କହିଥିଲେ ଯେ ପଚାଶ ଘଣ୍ଟାର ଏହି ତାଲିମ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ନୈତିକ ଶିକ୍ଷା, ସମୟ ପରିଚାଳନା, ସକାରାତ୍ମକ ମନୋଭାବ, ସୁସଂପର୍କ ସ୍ଥାପନା, ଶୃଙ୍ଖଳା ଇତ୍ୟାଦି ସଂ ପର୍କରେ ନିଃଶୁଳ୍କ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ ।

ପ୍ରମୁଖ ଟ୍ରଷ୍ଟି ତଥା ବିଶିଷ୍ଟ ପ୍ରେରଣାଦାୟୀ ପ୍ରଶିକ୍ଷକ ହର ପ୍ରସନ୍ନ ଦାସ, ମୁଖ୍ୟ ପୃଷ୍ଠେ ପାଷକଶ୍ରୀ ଶିବ ପ୍ରସାଦ ପଣ୍ଡା, କର୍ମକର୍ତ୍ତା କୀର୍ତ୍ତି ଦାସ, ସୁସ୍ମିତା ଦାସ ଏବଂ ଅଭିଳାଷା ଦାସ ପ୍ରମୁଖ କାର୍ଯିୟକ୍ରମରେ ସହଯୋଗ କରିଥିଲେ । ବ୍ୟକ୍ତିତ୍ୱ ବିକାଶ ଉପରେ ଏକ ଭିଡ଼ିଓ ଚିତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା ।

Comments are closed.