କୋଣାର୍କରେ ସଂସ୍କୃତି ସଚିବ

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସାଧା ପଥର ଖଞ୍ଜିବା ପ୍ରସଙ୍ଗର ସ୍ଥିତି ଅନୁଧ୍ୟାନ ପାଇଁ କୋଣାର୍କରେ ପହିଞ୍ଚିଛନ୍ତି ସଂସ୍କୃତି ସଚିବ। ସଂସ୍କୃତି ସଚିବଙ୍କ ସହ ୭ ଜଣିଆ ଟିମ୍ ମନ୍ଦିରର ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ସଚିବ ଓ ଏଏସଆଇ ସହ ସାଧା ପଥର ଖଞ୍ଜିବା ପ୍ରସଙ୍ଗ ଉପରେ ବୈଠକ ବସିଥିଲା। ଏଏସଆଇ ସେତେବେଳେ କୋଣାର୍କ ପ୍ରତି କୌଣସି ବିପଦ ନଥିବା ସ୍ପଷ୍ଟ କରିଥିଲେ। ଯେଉଁ ସାଧା ପଥର ଲାଗିଛି ତାହା ବହୁ ପୁରୁଣା ଏବଂ ଯେଉଁ ସ୍ଥାନରୁ ପଥର ଖସିଥିଲା ସେହି ସ୍ଥାନରେ ସପୋର୍ଟ ପାଇଁ ଲାଗିଥିଲା। ନେସନାଲ କନଜରଭେସନ ପଲିସି ଅନୁସାରେ ଏହା ଲଗାଯାଇଥିଲା ବୋଲି ଏଏସଆଇ କହିଥିଲେ।