Odisha Link
Bridging the Missing Links in Odisha

ବନ୍ଧୁ ରଖିଲେ ବନ୍ଧୁଙ୍କ ନିମନ୍ତ୍ରଣ, ମୟୂରଭଞ୍ଜ ଆସିବାକୁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବଲିର ଉଦଯାପନୀ ଉତ୍ସବରେ ଦେଖା ହୋଇଥିଲେ ଦୁଇ ବନ୍ଧୁ। ସେହି ୨ବନ୍ଧୁ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପୂର୍ବତନ ସାଂସଦ ବୀରଭଦ୍ର ସିଂ। ପରେ ବନ୍ଧୁ ରଖିଲେ ବନ୍ଧୁଙ୍କ ନିମନ୍ତ୍ରଣ। ପୂର୍ବତନ ସାଂସଦ ତଥା ରାଷ୍ଟ୍ରପତିଙ୍କ ବନ୍ଧୁ ବୀରଭଦ୍ର ସିଂ ରାଷ୍ଟ୍ରପତି ଭବନ ଯାଇ ମହାମହିମ ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଗତ ୪ ତାରିଖରେ ସପରିବାର ରାଷ୍ଟ୍ରପତିଭବନକୁ ଯାଇ ରାମନାଥଙ୍କୁ ସପରିବାର ସାକ୍ଷାତ କରିଥିଲେ ବୀରଭଦ୍ର ସିଂ।

ସାକ୍ଷାତ ପରେ ଉଭୟେ ଉଭୟଙ୍କ ମଧ୍ୟରେ ଅନୁଭୂତି ବାଣ୍ଟିଥିଲେ। ମୟୁରଭଞ୍ଜ ବିକାଶ ନେଇ ବି ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ମୟରୁଭଞ୍ଜ ଆସିବାକୁ ବି ସେ ନିମନ୍ତ୍ରଣ ଦେଇଥିବା କହିଛନ୍ତି ପୂର୍ବତନ ସାଂସଦ ବୀରଭଦ୍ର ସିଂ। ବାଣୀବିହାର ଆଲୁମିନି ମିଟ୍ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବୀରଭଦ୍ର ସିଂଙ୍କୁ ରାଷ୍ଟ୍ରପତି ଭବନ ଆସିବାକୁ ନିମନ୍ତ୍ରଣ କରିଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ ଜୁବଲିର ଉଦଜାପନୀ ଉତ୍ସବ ଚାଲିଥିବା ବେଳେ ଦର୍ଶକଙ୍କ ଗହଣରେ ବସିଥିଲେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବୀରଭଦ୍ର ସିଂ। ଠିକ୍ ଏତିକି ବେଳେ ତଥା ମଂଚରୁ ବିଦା ନେବା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନଜର ପଡିଥିଲା ତାଙ୍କର ଏହି ପୁରୁଣା ମିତ୍ରଙ୍କ ଉପରେ। ତେଣୁ ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ଡାକି ତାଙ୍କ ବାବଦରେ କିଛି ପଚାରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକି କହିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଇକରେ ଘୋଷଣା କରିଥିଲେ ଯେ ବୀରଭଦ୍ର ବାବୁ ଆପଣଙ୍କୁ ଦେଖା କରିବାକୁ ରାଷ୍ଟ୍ରପତି ଚାହୁଁଛନ୍ତି ବୋଲି। ପରବର୍ତ୍ତୀ ସମୟରେ ସେ ଅଭ୍ୟର୍ଥନା କକ୍ଷରେ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବୀରଭଦ୍ର ସିଂଙ୍କୁ ରାଷ୍ଟ୍ରପତି ଭବନ ଆସିବାକୁ ନିମନ୍ତ୍ରଣ କରିଥିଲେ।

Comments are closed.