Odisha Link
Bridging the Missing Links in Odisha

ମୁମ୍ବଇରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇ ରୋଲଟା ଟେକନଲୋଜୀ ପାର୍କରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ନିଆଁ ୨ୟ ମହଲାର ରୋଲଟା କମ୍ପାନୀର ସର୍ଭର ରୁମରୁ ବ୍ୟାପିଛି।  ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ କୌଣସି ଲୋକ ମୃତାହତ ହେବାର ଖବର ମିଳିନାହିଁ।ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୨୭ଟି ଦମକଳ ଗାଡ଼ି ମୃତୟନ କରାଯାଇଛି।

ଘଟଣାସ୍ଥଳରେ ୧୧ଟି ଫାୟାର ଇଂଜିନ, ୯ଟି ଜେଟ ଟ୍ୟାଙ୍କର ଓ ୭ଟି ଅନ୍ୟ ସହାୟକ ଗାଡ଼ି ମୃତୟନ ହୋଇଛି। ନିଆଁ ବ୍ୟାପିବା ପରେ ସବୁ ମହଲାରୁ ଲୋକମାନଙ୍କୁ ଖାଲି କରିବା ସହ ଫସିରହିଥିବା ଲୋକମାନଙ୍କ ସନ୍ଧାନ କରୁଛି ଦମକଳ ବାହିନୀ।

Comments are closed.