Odisha Link
Bridging the Missing Links in Odisha

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍‌କୁ ରୋକିବ ଡିଜିଟାଲ୍ ଲକ୍‌

କଟକ: ରାଜ୍ୟରେ ଗତବର୍ଷ ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଘଟଣା ପରେ ଚଳିତ ବର୍ଷ ବୋର୍ଡ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ରରେ ଡିଜିଟାଲ ଲକ୍‌ର ବ୍ୟବସ୍ଥା କରାଯିବାକୁ ଥିବା ବେଳେ ଖାତାରେ ସିକ୍ୟୁରିଟି କୋଡ୍‌ ରହିବ। ଏହି ସିକ୍ୟୁରିଟି କୋଡ୍‌ ବା ଡିଜିଟାଲ ଲକ୍‌ ସହଜରେ ଖାଲି ଆଖିକୁ ଦେଖାଯିବ ନାହିଁ । ଫଳରେ ପ୍ରଶ୍ନପତ୍ର ଭାଇରାଲ୍‌ ହେବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

ଯଦି କୌଣସି ବ୍ୟକ୍ତି ପ୍ରଶ୍ନପତ୍ରର ଫଟୋ ଉଠାଇ ମୋବାଇଲ୍‌ରେ ଭାଇରାଲ କରିବାକୁ ଉଦ୍ୟମ କରିବେ ତେବେ ତାହା କୋଡ୍‌ ଆଡ୍‌ମିନ୍‌ ଜାଣିପାରିବେ । କେଉଁଠୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ସହଜରେ ଜଣାପଡ଼ିବା ସହ ଅଭିଯୁକ୍ତକୁ ସହଜରେ ଚିହ୍ନଟ କରାଯାଇପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଫଲରେ ପ୍ରଶ୍ନପତ୍ର ଭାଇରାଲ୍ ହେବା କମ୍ ଆଶଙ୍କା ରହିବ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଓ ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍‌କୁ ନେଇ ପରୀକ୍ଷା ପରିଚାଳନାରେ ବ୍ୟାପକ ବିଭ୍ରାଟ ହୋଇଥିଲା । ଏମିତିକି ଓଟିଇଟି ପରୀକ୍ଷା ବାତିଲ ବି କରିବାକୁ ପଡିଥିଲା । ଏହାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଚଳିତ ବର୍ଷ ସମସ୍ତ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ନୂଆ ନିୟମ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟ ଏମ୍‌ବିଏ ପରୀକ୍ଷାରେ ଯେମିତି ପରୀକ୍ଷା ଓ ପ୍ରଶ୍ନପତ୍ରରେ ସିକ୍ୟୁରିଟି କୋଡ୍‌ ଓ ଡିଜିଟାଲ ଲକ୍‌ର ବ୍ୟବସ୍ଥା କରାଯାଇଥିଲା ଠିକ୍‌ ସେମିତି ଚଳିତ ବର୍ଷ ଏହି କୌଶଳକୁ ଆପଣେଇବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ହୋଇଥିଲା । ବୋର୍ଡ ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷାରେ ଲାଗୁ କରିବାକୁ ନେଇ ସ୍ଥିର ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଟିଇଟି) ପରୀକ୍ଷାରେ ଏଭଳି ନୂଆ ନିୟମ ଲାଗୁ କରାଯାଇଥିବା ବେଳେ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ଏହି ନିୟମ ଲାଗୁ କରିବାକୁ ନେଇ ବୋର୍ଡ ନିଷ୍ପତ୍ତି ହୋଇଛି । ଏନେଇ ରେଭେନ୍ସା ଭଳି ରାଜ୍ୟ ବାହାରର ଏକ ଆଇଟି କମ୍ପାନୀ ସହିତ ବୋର୍ଡ ଚୁକ୍ତି କରିଛନ୍ତି ।

Comments are closed.