କେମିତି, କାହିଁକି ହତ୍ୟା ?

ଭୁବନେଶ୍ୱର: କାହିଁକି ମା’ ଓ ଝିଅଙ୍କୁ ହତ୍ୟା କରିଥିଲେ ପୂର୍ବତନ ବିଧାୟକ ଅନୁପ ସାଏ ? ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ରହସ୍ୟ ଉପରୁ ପର୍ଦ୍ଧା ଉଠାଇଛି ଛତିଶଗଡ଼ ପୁଲିସ। ରାୟଗଡ଼ ପୁଲିସର ସୂଚନା ଅନୁଯାୟୀ, ସ୍ୱାମୀ ପରିତ୍ୟକ୍ତା ମହିଳା କଳ୍ପନା ଦାସଙ୍କର ଅନୁପ ସାଏଙ୍କ ସହ ଅନୈତିକ ସମ୍ପର୍କ ରହିଥିଲା।
୨୦୧୧ରୁ ଦୁହେଁ ଭୁବନେଶ୍ୱରର ଏକ ଘରେ ରହୁଥିଲେ। ଅନୁପ ସାଏ ସବୁଦିନ ସେଠାକୁ ଯା’ଆସ କରୁଥିଲେ। ତେବେ କମଳା ତାଙ୍କୁ ବାହା ହେବାକୁ କହିବା ପରେ ଅକଳରେ ପଡ଼ିଯାଇଥିଲେ ଅନୁପ। କମଳାଙ୍କୁ ବାହା ହେବା ପାଇଁ ମିଛ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଗୁପ୍ତ ଯୋଜନା କରିଥିଲେ ଅନୁପ। ୨୦୧୬ରେ ରାୟଗଡ଼ର ଏକ ମନ୍ଦିରରେ ବାହା ହେବା ପାଇଁ କମଳାଙ୍କୁ କହିଥିଲେ ଅନୁପ। ନିଜ ଡ୍ରାଇଭର ସହ କଳ୍ପନାଙ୍କୁ ନେଇ ଅନୁପ ରାୟଗଡ଼ ଯାଇଥିଲେ। ତେବେ ରାସ୍ତା ମଝିରେ କଳ୍ପନାଙ୍କୁ ମାରି ନିଜ ରାସ୍ତା ସଫା କରିବାକୁ ଯୋଜନା କରିଥିଲେ। ରାସ୍ତା ଉପରେ କମଳାଙ୍କ ଉପରେ ବୋଲେରୋ ଚଢ଼ାଇ ଦେଇଥିଲେ। ଏମିତିକି ତାଙ୍କ ଚେହେରାକୁ ଯେଭଳି ନଚିହ୍ନିହେବ ସେଥିପାଇଁ ମଧ୍ୟ ଯୋଜନା କରିଥିଲେ। କିନ୍ତୁ ରାସ୍ତାରେ ଗାଡ଼ି ମଟର ଆସୁଥିବାରୁ ସେମାନଙ୍କ ଯୋଜନା ସଫଳ ହୋଇନଥିଲା। ହତ୍ୟା କରି ଅନୁପ ନିଜ ଡ୍ରାଇଭରଙ୍କ ସହ ସେଠାରୁ ପଳାଇ ଆସିଥିଲେ।