Odisha Link
Bridging the Missing Links in Odisha

AGR ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ ଦେଶରେ ନାହିଁ ଆଇନ୍, କୋର୍ଟକୁ ବନ୍ଦ କରି ଦିଆଯାଉ

ନୂଆଦିଲ୍ଲୀ: ଟେଲିକମ୍‌ କମ୍ପାନୀ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଟେଲିକମ୍‌ କମ୍ପାନୀମାନେ ବକେୟା ପଇସା ଦେଇ ନଥିବାରୁ କେନ୍ଦ୍ର ସରକାର ଏବଂ ଟେଲିକମ କମ୍ପାନୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ଏହାପରେ ଟେଲିକମ କମ୍ପାନୀମାନଙ୍କ ଏମଡିଙ୍କ ବିରୋଧରେ କୋର୍ଟ ଅବମାନନା ନୋଟିସ ଜାରି କରି ୧୭ ମାର୍ଚ୍ଚ ସୁଦ୍ଧା ଜବାବ ତଲବ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ସୁପ୍ରିମକୋର୍ଟ କହିଛନ୍ତି ଯେ, କୋର୍ଟରେ ଏମଡିମାନେ ପକ୍ଷ ରଖିବା ବେଳେ କେବେ ସୁଦ୍ଧା ଏଜିଆର ବକେୟା ଟଙ୍କା ଦେବେ ସେ ବାବଦରେ ସ୍ପଷ୍ଟ କରିବେ। ଟାଟା, ଏୟାରଟେଲ, ଭୋଡାଫୋନ ଆଇଡିଆ ଆଦି ଟେଲିକମ କମ୍ପାନୀ ଉପରେ ୧.୪୭ ଲକ୍ଷ ଟଙ୍କାର ବକେୟା ରହିଛି। ଅନ୍ୟପଟେ ଟେଲିକମ କମ୍ପାନୀ ବକେୟା ଦେବାରେ ଅବହେଳା କରୁଥିବାର କାରଣ ଟେଲିକମ୍ ମନ୍ତ୍ରଣାଳୟର ଆଭିମୁଖ୍ୟକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ ଅରୁଣ ମିଶ୍ର ଶୁଣାଣି ବେଳେ କହିଛନ୍ତି, ଟେଲିକମ ମନ୍ତ୍ରଣାଳୟ କେଉଁ ଆଧାରରେ ବିଜ୍ଞପ୍ତି ଜାରି କରି ବକେୟା ନଦେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲା? ସୁପ୍ରିମକୋର୍ଟଙ୍କ ଆଦେଶ ପରେ ବି ବକେୟା ଟଙ୍କା ଜମା ହୋଇନାହିଁ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି।

‘ଦେଶରେ କଣ ହେଉଛି, ଆମେ ଯାହା କହିବାର ଥିଲା କହିଦେଲୁ। ଯଦି ବକେୟା ପଇସା ନେବାର ନଥିଲା ତାହେଲେ ଆବେଦନ କାହିଁକି ହେଉଥିଲା ବୋଲି ବିଚାରପତି ପ୍ରଶ୍ନ କରିଛନ୍ତି। ସରକାରୀ ଅଧିକାରୀ କ’ଣ ସୁପ୍ରିମକୋର୍ଟଙ୍କ କ୍ଷମତାରୁ ଉପରେ କି’ ବୋଲି ଜଷ୍ଟିସ ଅରୁଣ ମିଶ୍ର ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ପୂର୍ବରୁ ଶୁଣାଣି କରି ୨୩ ଜାନୁଆରୀରେ ବକେୟା ଟଙ୍କା ଦେବାକୁ କହିଥିଲେ।

Comments are closed.