Odisha Link
Bridging the Missing Links in Odisha

ସଂଖ୍ୟାଲଘୁଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭିଙ୍କୁ ପୃଥକ ଭାବେ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜନବିକାଶ କାର୍ଯ୍ୟକ୍ରମ ଅନୁସାରେ ଭଦ୍ରକରେ ଏକ ମେଡ଼ିକାଲେ କଲେଜ ପ୍ରତିଷ୍ଠା ପାଇ ରାଜ୍ୟ ପକ୍ଷରୁ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ। ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲ୍ଲାରେ କୌଣସି ଆଞ୍ଚଳିକ ମେଡ଼ିକାଲର ସୁବିଧା ନାହିଁ। ଏଥିପାଇଁ ଲୋକଙ୍କୁ ଚିକିତ୍ସା ପାଇଁ ଦୂରଦୁରାନ୍ତରକୁ ଯିବାକୁ ପଡ଼ୁଛି। ଭଦ୍ରକରେ ଏକ ମେଡ଼ିକାଲ କଲେଜ ନିର୍ମାଣ ହେଲେ ଆଖପାଖରେ ରହୁଥିବା ଲୋକେ ଉତ୍ତମ ଚିକିତ୍ସା ପାଇପାରିବେ।

ଭାରତ ସରକାର ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ(ପିଏମଜେଭିକେ) ଯୋଜନା ସ୍ୱାସ୍ଥ୍ୟରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଭଦ୍ରକରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ଆବେଦନ କରନ୍ତୁ ବୋଲି ଚିଠିଲେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ସରକାର ଏହି ମେଡିକାଲ କଲେଜ ପ୍ରକଳ୍ପ ପାଇଁ ମୂଳଧନର ୬୦ ପ୍ରତିଶତ ଅର୍ଥ ଯୋଗାଇଦେବେ। ଏବଂ ରାଜ୍ୟ ସରକାର ମାନବ ସମ୍ବଳ ସମେତ ଅନ୍ୟାନ୍ୟ ଆନୁଷାଙ୍ଗିକ ଖର୍ଚ୍ଚର ଦାୟିତ୍ୱ ନେବେ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ସେପଟେ ସଂଖ୍ୟାଲଖୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭିଙ୍କୁ ମଧ୍ୟ ପୃଥକ୍ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ସ୍କୁଲ କିମ୍ବା କଲେଜରେ ପାଠ ପଢ଼ୁଥିବା ସଂଖ୍ୟାଲଘୁ ଛାତ୍ରୀଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରାଯାଉ ବୋଲି ଅନୁରୋଧ କରିଛନ୍ତି। ପିଏମଜେଭିକେ ଯୋଜନା ଅଧୀନରେ କେବଳ ଅଧିକ ସଂଖ୍ୟାଲଘୁ ଅଂଚଳ ପାଇଁ ପ୍ରକଳ୍ପମାନ ମଞ୍ଜୁର କରିଛନ୍ତି। ରାଜଧାନୀ କିମ୍ବା ଅନ୍ୟ ମୁଖ୍ୟ ସହର ଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ନିମନ୍ତେ ପ୍ରକଳ୍ପ ଗୁଡ଼ିକ ପଛେଇ ଯାଉଛି। ଛାତ୍ରାବାସ, ଆବାସିକ ବିଦ୍ୟାଳୟ, ଆଇଟିଆଇ ଦକ୍ଷତା କେନ୍ଦ୍ର ପ୍ରକଳ୍ପ କରିବା ପାଇଁ ଅନୁମତି ଦେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି। ତେଣୁ ରାଜ୍ୟର ରାଜଧାନୀ ତଥା ପ୍ରମୁଖ ସହରରେ ପିଏମଜେଭିକେ ଯୋଜନାରେ ସୁବିଧା ଦେବା ଆବଶ୍ୟକ । ସୁବିଧା ଯୋଗାଇ ଦିଆଗଲେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ଓ ମହିଳା ସଶକ୍ତିକରଣ ଭଳି ପ୍ରମୁଖ କ୍ଷେତ୍ରର ଭିଭୂମି ସୁଦୃଢ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।

Comments are closed.