Odisha Link
Bridging the Missing Links in Odisha

ଶନିବାରଠାରୁ ଖେଲା ଇଣ୍ଡିଆ ବିଶ୍ବବିଦ୍ୟାଳୟର ପ୍ରଥମ ସଂସ୍କରଣ

ଭୁବନେଶ୍ବର: ଶନିବାରଠୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ। ଓଡ଼ିଶାର କଟକ ଓ ଭୁବନେଶ୍ବରରେ ଖେଳ ହେବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡ଼ିୟମରେ ଶନିବାର ବିଧିବଦ୍ଧ ଭାବେ ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ଉଦ୍‌ଘାଟନ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁୁତି ଚାଲିଛି। ଇଣ୍ଡୋର ଷ୍ଟାଡ଼ିୟମରେ ଟେବୁଲ ଟେନିସ ଓ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।

ତେବେ ଶୁକ୍ରବାରଠାରୁ କିଟ୍‌ରେ କିଛି ଖେଳ ଆରମ୍ଭ ହେବା ନେଇ ସୂଚନା ରହିଛି। ଏଥିପାଇଁ କିଟ୍‌ ବିଶ୍ବବିଦ୍ୟାଳୟ ସଜେଇ ହୋଇଥିବା ବେଳେ କ୍ରୀଡ଼ା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରାଯାଇଛି। ମୋଟ ୧୭ଟି ପ୍ରତିଯୋଗିତା ମଧ୍ୟରୁ କିଟ୍‌ରେ ୧୪ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଫୁଟବଲ, ହକି, ଭଲିବଲ, ବାସ୍କେଟବଲ, କବାଡ଼ି, ରଗ୍‌ବୀ, ସନ୍ତରଣ, ବକ୍ସିଂ, ଫେନ୍‌ସିଂ, ତୀରନ୍ଦାଜି, ଭାରୋତ୍ତୋଳନ, କୁସ୍ତି, ଜୁଡୋ ଓ ଟେନିସ ଆଦି ବିଭାଗରେ​‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ କଟକ-ଭୁବନେଶ୍ବରକୁ ସୁନ୍ଦରଭାବେ ସଜାଯାଇଛି। ଓଡ଼ିଶା ସରକାର ଓ କିଟ୍‌ ବିଶ୍ବବିଦ୍ୟାଳୟର ମିିଳିତ ସହଯୋଗରେ ଏହି ପ୍ରତିଯୋଗିତା ଅନୁ​ଷ୍ଠିତ ହେବ। ଏହି ପ୍ରତିଯୋଗିତା ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଚାଲିବ।

Comments are closed.