Odisha Link
Bridging the Missing Links in Odisha

ବିଜେପି ଶ୍ରେୟ ନେବା ପାଇ ରାଜନୀତି କରେ, ହେଲେ କଂଗ୍ରେସ ନୁହେଁ: କମଲନାଥ

ଭୋପାଲ: ପୁଣିଥରେ ସେନାର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ। ଛିନ୍ଦାଓ୍ୱାଡ଼ାରେ ଆୟୋଜି ଏକ ସଭାରେ ବିଜେପିକୁ ଟାର୍ଗେଟ କରିବାକୁ ଯାଇ ସେନାର ଦକ୍ଷତା ଓ ପରାକାଷ୍ଠା ଉପରେ ଅଙ୍ଗୁଳି ଉଠାଇଛନ୍ତି କମଲନାଥ। ଏହି ଅବସରରେ ସେ ଶିବରାଜ ସିଂହ ବିରୋଧରେ ବର୍ଷିଛନ୍ତି।

ସେ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀ ସରକାର ବେଳେ ୯୦ ହଜାର ପାକିସ୍ତାନୀ ଯବାନ ଭାରତ ଆଗରେ ଆତ୍ମସମର୍ପଣ କରିଥିଲେ। ଏଭଳି କଥା ବିଜେପି କେବି କହିବ ନାହିଁ। କିନ୍ତୁ ବିଜେପି ନେତା କେବଳ ସର୍ଜିକାଲ ଷ୍ଟ୍ରାଇକ କଥା କହିବେ। କେବେ ଓ କେଉଁଠି ହୋଇଛି ସର୍ଜିକାଲ ଷ୍ଟ୍ରାଇକ ଏ ବାବଦରେ ବିଜେପି ନେତା ସ୍ପଷ୍ଚୀକରଣ ଦେବା ଦରକାର ବୋଲି କମଲନାଥ କହିଛନ୍ତି। ବିଜେପି ଶ୍ରେୟ ନେବା ପାଇଁ ରାଜନୀତି କରେ। ହେଲେ କଂଗ୍ରେସ ନୁହେଁ ବୋଲି କମଲନାଥ କହିଛନ୍ତି।

Comments are closed.