Odisha Link
Bridging the Missing Links in Odisha

‘ତାନାଜୀ’ ଦେଖି ନିଜର ପ୍ରତିକ୍ରିୟା ରଖିଲେ ଅଭିନେତା ରିତିକ୍ କହିଲେ…

ମୁମ୍ବାଇ: ଅଜୟ ଦେବଗନ୍ ଙ୍କ ସିନେମା ତାନାଜୀ ବକ୍ସ ଅଫାସରେ ହିଟ୍ ହୋଇଥିଲା । ଏହା ୪୦ ଦିନ ପୂର୍ବରୁ ସିନେମପରଦାରେ ରିଲିଜ ହୋଇଯାଇଛି । ସିନେମାରେ ଅଜୟଙ୍କ ବ୍ୟତିତ ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ କାଜୋଲ ମଧ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ତେବେ ସିନେମାଟିକୁ ଦେଖି ବଲିଉଡ୍ ଅଭିନେତା ରିତିକ୍ ରୋଶନ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ ଟୁଇଟ୍ କରି ସିନେମାର ପ୍ରଶଂସା କରିଛନ୍ତି। , ମୁଁ ଏବେ ତାନାଜୀ ଦେଖିଲି। ସିନେମାରେ ଥିବା ଆକ୍ସନ ଦୃଶ୍ୟ ପୂର୍ବରୁ କୌଣସି ସିନେମାରେ ମୁଁ ଦେଖି ନାହିଁ। ଏଥିରେ କାଜୋଲ ଏବଂ ଅଜୟ ଖୁବ୍ ଭଲ ଅଭିନୟ କରିଛନ୍ତି, ସୈଫଙ୍କ ଅଭିନୟ ମୋତେ ବହୁତ ପସନ୍ଦ ଆସିଲା। ସିନେମା ସବୁ ସଦସ୍ୟଙ୍କୁ ଏଭଳି କାମ ପାଇଁ ସମ୍ମାନ ଏବଂ ପ୍ରଶଂସା ମିଳିବା ଦରକାର ବୋଲି ଟୁଇଟରେ ଲେଖିଛନ୍ତି ।

ରିତିକଙ୍କ ଏଭଳି ପ୍ରଶଂସା ପରେ ଅଜୟ ତାଙ୍କ ଟୁଇଟର ଜବାବ ରଖି ଲେଖିଛନ୍ତି କି, ସିନେମାକୁ ଏତେ ଭଲ ପାଇବା ଦେଇଥିବାରୁ ଏବଂ ପ୍ରଶଂସା କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ସିନେମାକୁ ଦେଖି ଏତେ ପ୍ରଭାବିତ ହେଲେ ବୋଲି ଜାଣି ମୁଁ ବହୁତ ଖୁସି।

Comments are closed.