ଫିଲ୍ମ ଫ୍ରାଇଡେରେ ହେବ ଡବଲ ଧମାଲ୍

ମୁମ୍ବାଇ: ଏଥରର ଫ୍ରାଇଡେରେ ଦେଖିବାକୁ ମିଳିବ ଲଭ୍, ରୋମାନ୍ସ, କମେଡି, ଥ୍ରୀଲର୍ ଓ ହରର୍ର ତଡ଼କା । କାରଣ ପରଦାରକୁ ଆସୁଛି ଦୁଇଟି ସିନେମା । ଗୋଟେ ‘ଶୁଭ ମଙ୍ଗଲ୍ ଜ୍ୟାଦା ସାବଧାନ’ ରିଲିଜ୍ ହେଉଥିବାବେଳେ ତାକୁ ଟକ୍କର ଦେବ ସିନେମା ‘ଭୂତ’ ।
‘ଶୁଭ ମଙ୍ଗଲ୍ ଜ୍ୟାଦା ସାବଧାନ’ ସିନେମାରେ ଆୟୁଷ୍ମାନ ଖୁରାନା ଓ ସିନେମା ‘ଭୂତ ’ରେ ଭିକ୍କି କୌଶଲ ମୂଖ୍ୟ ଚରିତ୍ରରେ ନଜର ଆସୁଛନ୍ତି । ଆୟୁଷ୍ମାନଙ୍କ ସିନେମାଟିର କାହାଣୀ ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ହୋଇଥିବାବେଳେ ଭିକ୍କିଙ୍କ ସିନେମାଟି ଏକ ହରର୍ ଉପରେ ଆଧାରିତ ।
https://www.instagram.com/p/B8GJFhmp4g9/
ଭୂତ୍: ଭୂତ୍ ସିନେମାଟିକୁ ଭାନୁ ପ୍ରତାପ ସିଂହ ନିର୍ଦ୍ଦେଶନା ଦେଇଛନ୍ତି । ସିନେମାରେ ଅଭିନେତା ଭିକ୍କି କୌଶଲ୍ ଓ ଭୂମି ପେଡନାକର ଲିଡ୍ ରୋଲରେ ନଜର ଆସୁଛନ୍ତି । ଭିକ୍କି ଓ ଭୂମିଙ୍କ ବ୍ୟତୀତ ସିନେମାରେ ଆଶୁତୋଷ ରାଣା ସିଦ୍ଧାନ୍ତ କପୁର ମଧ୍ୟ ନଜର ଆସୁଛନ୍ତି । ‘ଭୂତ୍’ର କାହାଣୀ ଦମଦାର ରହିଥିବାରୁ ହରର୍ ସିନେମା ଦେଖୁଥିବା ଦର୍ଶକଙ୍କ ମନ ଜିଣିବ ବୋଲି ଭିକ୍କି ଆଶା ରଖିଛନ୍ତି ।
https://www.instagram.com/tv/B7iNn4CBo9B/
‘ଶୁଭ ମଙ୍ଗଲ୍ ଜ୍ୟାଦା ସାବଧାନ’: ଏହି ସିନେମାଟି ୨୦୧୭ରେ ସିନେମା ‘ଶୁଭ ମଙ୍ଗଳ ସାବଧାନ’ର ଦ୍ୱିତୀୟ ସିରିଜ୍। ଯେଉଁଥିରେ ଆୟୁଷ୍ମାନ ଖୁରାନା ଓ ଭୂମି ପେଡନାକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ଦ୍ୱୀତୀୟ ସିରିଜ୍ରେ ମଧ୍ୟ ଆୟୁଷ୍ମାନ୍ ଲିଡ୍ ରୋଲ୍ ପ୍ଲେ କରିଛନ୍ତି । ତାଙ୍କ ବ୍ୟତୀତ ଏଥିରେ ଜିତେନ୍ଦ୍ର କୁମାର, ନୀନା ଗୁପ୍ତା, ଗଜରାଜ ରାଓ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ହିତେଶ କେୱଲ୍ ଦେଇଛନ୍ତି। ସିନେମାର ଟ୍ରେଲର୍ରେ ଆୟୁଷ୍ମାନଙ୍କ କମେଡି ଟାଇମିଙ୍ଗକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ। ଦର୍ଶକଙ୍କୁ ସର୍ବଦା ଭରପୂର ମନୋରଞ୍ଜନର ଗ୍ୟାରେଣ୍ଟି ଦେଇଆସୁଥିବା ଆୟୁଷ୍ମାନଙ୍କ ଏହି ସିନେମା ହିଟ୍ ହେବ ବୋଲି ର୍ନିମାତା ଆଶା ରଖିଛନ୍ତି।
Comments are closed.