Odisha Link
Bridging the Missing Links in Odisha

କଫ୍ ସିରପ୍ ର‍୍ୟାକେଟ : ୭ ଗିରଫ

ସମ୍ବଲପୁର: କଫ୍ ସିରପ୍‌ ର‍୍ୟାକେଟ ଠାବ। ଅପମିଶ୍ରିତ କଫ୍ ସିରପ୍‌ ଧରି ଆସୁଥିବା ୭ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ। ସମ୍ବଲପୁର ସହରର ଉପକଣ୍ଠରେ ଥିବା ରେମେଡ ଛକରେ ଯୁବକଙ୍କ ଠାରୁ ବିପୁଳ ମାତ୍ରାରେ କରେକ୍ସ୍ କଫ୍ ସିରପ୍, ତିନିଟି ମୋଟର ସାଇକେଲ୍, ନଗଦ ୩୦ ହଜାର ଟଙ୍କା ଏବଂ ୯ଟି ମୋବାଇଲ୍ ଜବତ କରିଛି ପୁଲିସ।

ସୂଚନା ଅନୁଯାୟୀ, ବରଗଡ଼ରୁ ୭ଜଣ ଯୁବକ ତିନିଟି ମୋଟର ସାଇକେଲ୍‌ରେ କରେକ୍ସ୍ କଫ୍ ସିରପ୍‌ ବୋତଲ, ୫ ଲିଟର ଅପମିଶ୍ରିତ କଫ୍ ସିରପ୍ ଧରି ସମ୍ବଲପୁର ସହରକୁ ଆସୁଥିଲେ। ଆଗରୁ ଏସଂପର୍କରେ ସମ୍ବଲପୁର ପୁଲିସ ଖବର ପାଇ ସହରର ଉପକଣ୍ଠରେ ଥିବା ରେମେଡ ଛକରେ ସେମାନଙ୍କୁ ଧରିଥିଲେ। ପୁଲିସ୍ ଏହି ମାମଲାରେ ୭ଜଣ ଯୁବକଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ଜଣେ କିଙ୍ଗପିନ୍, ୨ଜଣ ବିକ୍ରେତାଏବଂ ୪ଜଣ ମଧ୍ୟସ୍ଥି ଥିବା ଜଣାଯାଇଛି। ସେମାନଙ୍କଠାରୁ ୬୦୦ ବୋତଲ କରେକ୍ସ୍ କଫ୍ ସିରପ୍, ୫ ଲିଟର ଅପମିଶ୍ରିତ କଫ୍ ସିରପ୍, ତିନିଟି ମୋଟର ସାଇକେଲ୍, ନଗଦ ୩୦ ହଜାର ଟଙ୍କା ଏବଂ ୯ଟି ମୋବାଇଲ୍ ଜବତ କରାଯାଇଛି।

Comments are closed.