ବିଧାନସଭାରେ ବେକାର ସମସ୍ୟା ତାତି

ଭୁବନେଶ୍ୱର: ଆଜି ବିଧାନସଭା ଶୂନ୍ୟକାଳରେ ରାଜ୍ୟରେ ଦେଖାଦେଇଥିବା ବେକାର ସମସ୍ୟା ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଥିଲେ। ତାଙ୍କ ସୂଚନା ଅନୁଯାୟୀ ୨୨ ଲକ୍ଷ ୫୭ ହଜାର ଶିକ୍ଷିତ ବେକାର ଚାକିରି ପାଇଁ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୨୬ ହଜାର ପ୍ରାର୍ଥୀଙ୍କୁ ଚାକିରି ମିଳିଛି। ସରକାର ପଞ୍ଜୀକରଣ ସଂଖ୍ୟାର ମାତ୍ର ୧ ପ୍ରତିଶତ ଚାକିରି ଦେଇଥିବା ଶ୍ରୀ ନାୟକ କହିଛନ୍ତି।