Odisha Link
Bridging the Missing Links in Odisha

କାଲି ଶିବରାତ୍ରି ଚଳ ଚଂଚଳ ଶୈବପୀଠ

ଭୁବନେଶ୍ବର: ଆସନ୍ତା କାଲି ମହା ଶିବରାତ୍ରି। ମହା ଶିବରାତ୍ରି ପାଇଁ ରାଜ୍ୟରେ ଥିବା ସମସ୍ତ ଶୈବ ପୀଠଗୁଡିକ ଚଳ ଚଂଚଳ। ଜାଗର ପାଇଁ ବିଶେଷ କରି ଶ୍ରୀ ଲିଙ୍ଗରାଜ, ଶ୍ରୀ ଲୋକନାଥ, ଶ୍ରୀ ଆଖଣ୍ଡଳମଣି, ଗୁପ୍ତେଶ୍ୱର, ହରିଶଙ୍କର, ଚନ୍ଦନେଶ୍ୱର, ଧବଳେଶ୍ୱର, କପିଳେଶ୍ୱର, କପିଳାସ, ଐଶାନେଶ୍ୱର, ଓଁକାରେଶ୍ୱର, ଲକ୍ଷେଶ୍ୱରରେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଅଗ୍ନିଶମ ସେବା ଆଦି ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ମନୋରଂଜନ ପାଇଁ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆସନ୍ତାକାଲି ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ ରାତି ଦଶଟା ପରେ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

Comments are closed.