Odisha Link
Bridging the Missing Links in Odisha

ଜାହାଜରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ଭୂତାଣୁର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଆକ୍ରାନ୍ତରେ ଅନେକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଏହାର କିଛି ମାତ୍ରାର ଆଶଂଙ୍କା ଭାରତରେ ମଧ୍ୟ ଦେଖିବାକୁ ମିଳିଛି ।

ଜାପାନର ୟୋକୋହାମା ବନ୍ଦରରେ ଲାଗିଥିବା ଡାଏମଣ୍ଡ ପ୍ରିନ୍‌ସେସ ଜାହାଜରେ ୨ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗିଙ୍କ ମୃତ୍ୟୁ ହୋଇଯାଇଛି । ଜଣେ ମହିଳା ଏବଂ ଜଣେ ପୁରୁଷ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ।

ଜାହାଜରେ ଥିବା ପ୍ରାୟ ୧୪୦ ଭାରତୀୟଙ୍କ ମଧ୍ୟରୁ ୭ ଜଣ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଜାହାଜରେ ଥିବା ଭାରତୀୟମାନେ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, କରୋନା ଯୋଗୁ ପ୍ରାଣ ହରାଇଥିବା ୨ ଯାତ୍ରୀଙ୍କ ବୟସ ପ୍ରାୟ ୮୦ ବର୍ଷ ଥିଲା। ଜାହାଜରେ ମୋଟ ୩୭୦୦ରୁ ଅଧିକ ଲୋକ ଅଛନ୍ତି ସେମାନଙ୍କ ମଧ୍ୟରୁ ୬୦୦ରୁ ଅଧିକ ଯାତ୍ରୀ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ।

Comments are closed.