Odisha Link
Bridging the Missing Links in Odisha

ଏକାଠି ସ୍କ୍ରିନ ସେୟାର କରିବେ ସଲମାନ ଓ ଆୟୁଷ !

ମମ୍ବାଇ : ବଲିଉଡର କିଙ୍ଗ ଖାଁ ସଲମାନ ନିଜ ଅଭୀନୟର ଯାଦୁରେ ଅନେକ ଦର୍ଶକ ଙ୍କ ମନ କିଣି ନେଇଛନ୍ତି । ସଲୁ ନିଜ ଆଗାମୀ ସିନେମା ରାଧାର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ତେବେ ସେସିନେମା ରାଧା ପରିବର୍ତ୍ତେ ଅନ୍ୟ ଏକ ସିନେମାରେ ନଜର ଆସିପାରନ୍ତି ।

ତାଙ୍କ ସହ ତାଙ୍କର ଭିଣୋଇ ଆୟୁଷ ଶର୍ମା ନଜର ଆସିବେ । ତେବେ ଆୟୁଷ ନିଜ ସିନେମା ‘କ୍ୱାଥା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ କ୍ୟାଟ୍ରିନା କୈଫ୍‌ଙ୍କ ଭଉଣୀ ଇସାବେଲେ କୈଫ୍‌ ଅଛନ୍ତି। ସିନେମାଟି ଚଳିତ ବର୍ଷ ରିଲିଜ୍ ହେବ ।

https://www.instagram.com/p/B8TCO4mH2KT/

ଆୟୁଷ ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ କିଛି ଫଟୋ ଶେଆର୍ କରିଛନ୍ତି । ଏଥିରେ ତାଙ୍କ ଲୁକ୍ ଦେଖି ଜଣାପଡ଼ୁଛି ଏହା କୌଣସି ଆକ୍ସନ ଭିତ୍ତିକ ସିନେମା ପାଇଁ ପ୍ରସ୍ତୁତି । ହୋଇପାରେ ଆଲୋଚନା ହେଉଥିବା ଗ୍ୟାଙ୍ଗଷ୍ଟର ସିନେମା ପାଇଁ ସେ ଏହି ପ୍ରସ୍ତୁତି କରୁଛନ୍ତି । କାରଣ ଏହି ପ୍ରୋଜେକ୍ଟଟି ବହୁ ଦିନର । ତେବେ କୌଣସି କାରଣ ବଶତଃ ଆଗେଇ ପାରି ନଥିଲା ।

Comments are closed.