Odisha Link
Bridging the Missing Links in Odisha

ପାଠ ନପଢ଼ାଇଲେ ପାଉଣା ବନ୍ଦ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଗୋଟେ ପଟେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ କରିଛନ୍ତି। ସବୁଠାରୁ ବଡ କଥା ହେଉଛି ଗସ୍ତ ବେଳେ କାର୍ଯ୍ୟରେ ଅବହେଳା କାରଣରୁ ମନ୍ତ୍ରୀ ୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି। ବାରଙ୍ଗ ଅରିଲୋ ସ୍କୁଲର ଶିକ୍ଷକ ଶ୍ରୀରାମ ପରୁଆ ଓ ନଗରୀ ସ୍କୁଲର ଶିକ୍ଷୟିତ୍ରୀ ଦୀପାଞ୍ଜଳୀ ସାମନ୍ତରାୟଙ୍କ ଦରମା ବନ୍ଦ କରାଯାଇଛି। ସେହପରି ମାଇଧରପୁର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରିିଙ୍କୁ ବି ଚେତାବନୀ ଦେଇଛନ୍ତି ।

ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଉପକୂଳ ଅଞ୍ଚଳରେ ଥିବା ମାଟ୍ରିକ ପରୀକ୍ଷା କେନ୍ଦ୍ର ସହିତ ଆଖପାଖରେ ଥିବା ସ୍କୁଲ ଗୁଡିକୁ ଅଚାନକ ଗସ୍ତ କରିଛନ୍ତି। ଲକ୍ଷେଶ୍ୱର ନୋଡାଲ ସ୍କୁଲ, ହଂସପାଳ ସରକାରୀ ହାଇସ୍କୁଲ, ମାଇଧରପୁର ସରକାରୀ ହାଇସ୍କୁଲ, ନଗରୀ ପ୍ରାଇମେରୀ ସ୍କୁଲ ପରିଦର୍ଶନ କରି କିଭଳି ପାଠପଢା ଚାଲିଛି ସେ ନେଇ ପଚାରି ବୁଝିଛନ୍ତି ମନ୍ତ୍ରୀ। ମୋ ସରକାର ଯୋଜନାରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଓ ଶିକ୍ଷକ ମାନଙ୍କୁ ଅଧିକ ଉତରଦାୟୀ କରିବା ପାଇଁ ଏଭଳି ଅଭିଯାନ ଚାଲିଛି।
ସେପଟେ ନରସିଂହପୁର ଓଲଟିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ଅଟୋ। ଅଟୋଟି ଓଲଟିପଡିଥିବାରୁ ୮ ଜଣ ଛାତ୍ର ଅଳ୍ପକେ ବର୍ତିଯାଇଛନ୍ତି। ଆହତ ୮ ଛାତ୍ରଙ୍କୁ ଜିଲିଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରୁ ଚିକିତ୍ସା କରାଯିବା ପରେ ପରୀକ୍ଷା କେନ୍ଦ୍ରକୁ ନେଇଥିଲେ। ଫଳରେ ବିଳମ୍ବରେ ପରିକ୍ଷା ଦେଇଥିଲେ ପରୀକ୍ଷାର୍ଥୀ।

Comments are closed.