Odisha Link
Bridging the Missing Links in Odisha

ଜାଗର ଜାଳି ଫେରିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ଭଦ୍ରକ: ଜାଗରରେ ମହାଦେବଙ୍କୁ ଦର୍ଶନ ସାରି ଫେରିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜନୈକ ମହିଳା ଜାଗର ପାଇଁ ଗାଁ ନିକଟ ଶିବ ମନ୍ଦିରକୁ ଯାଇଥିଲେ। ଭଗବାନ ଶିବଙ୍କୁ ଦର୍ଶନ ସାରି ଫେରିବାବେଳେ ରାସ୍ତାରୁ ଦୁଇ ଜଣ ଅଜଣା ଯୁବକ ମହିଳାଙ୍କୁ ନିକଟ ଏକ ପରିତ୍ୟକ୍ତ ଘରକୁ ଟେକି ନେଇଯାଇଥିଲେ। ସେଠାରେ ସେମାନେ ମହିଳାଙ୍କ ମୁଁହରେ କପଡା ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ମହିଳା ଜଣଙ୍କ ଚିତ୍କାର କରିବାରୁ ଯୁବକ ଦୁଇ ଜଣ ଘଟଣାସ୍ଥଳ ଛାଡି ପଳାଇଯାଇଥିଲେ। ସ୍ଥାନୀୟ ଲୋକେ ମହିଳାଙ୍କ ଚିତ୍କାର ଶୁଣି ଭଣ୍ଡାରିପୋଖରୀ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ସପୃକ୍ତ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ସୂଚନା ମିଳିଛି। ଏତଲା ଆଧାରରେ ଭଣ୍ଡାରିପୋଖରୀ ପୋଲିସ ଦୁଇ ଜଣ ଅଜଣା ଯୁବକଙ୍କ ନାଁରେ ମାମଲା ରୁଜୁ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

Comments are closed.