Odisha Link
Bridging the Missing Links in Odisha

ପାଳଘର କରି ଖେଳୁ ଖେଳୁ ଳାଗିଗଲା ନିଆଁ, ୩ ମୃତ

ଛତ୍ରପୁର: ଆଜି ଗଞ୍ଜାମ ଜିଲ୍ଲା ପୋଲସରାର ଖଇରଛଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ଜଣ ପିଲା ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ପିଲାଙ୍କ ମଧ୍ୟରେ ୩ ଜଣ ପୁଅ ଓ ଜଣେ ଝିଅ ଥିବା ଜଣାପଡ଼ିଛି। ସମସ୍ତଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ହେଉଛନ୍ତି ଇତିଶ୍ରୀ ଜେନା, ସାଇରାମ ଜାନି ଓ ଦୀପକ ଗୌଡ଼ ।

ଆଜି ସକାଳେ ଏହି ୪ ଜଣ ପିଲା ଏକ ପାଳଘର କରି ଖେଳୁଥିଲେ। ଏହି ସମୟରେ ସେମାନେ ଏକ ଚୁଲି କରି ସେଥିରେ ନିଆଁ ଲଗାଇଥିଲେ। ସେହି ନିଆଁ ସେମାନେ କରିଥିବା ପାଳଘର ଓ ପାଳଗଦାରେ ଲାଗି ଯାଇଥିଲେ। ଫଳରେ ସେମାନେ ବି ନିଆଁ କବ୍‌ଜାକୁ ଚାଲି ଯାଇଥିଲେ। ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।