Odisha Link
Bridging the Missing Links in Odisha

‘ମୁସଲମାନ ମାନେ ଆମର ଭାଇ, ଭାରତର ହୃଦୟରେ ରହିଛନ୍ତି’

ନୂଆଦିଲ୍ଲୀ: ମୁସଲମାନ ଭାରତର ନାଗରିକ। ସେମାନେ ଆମର ଭାଇ। ଭାରତର ହୃଦୟରେ ରହିଛନ୍ତି ମୁସଲମାନ। ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଅପରପକ୍ଷେ ଶନିବାର ସାକ୍ଷାତକାର ଦେଇ ମୋଦି ସରକାର ଅଳ୍ପ ସଂଖ୍ୟକ ବିରୋଧୀ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଏବଂ କହିଛନ୍ତି ଯେ, ‘ଭାରତର ହୃଦୟରେ ମୁସଲମାନ ରହିଛନ୍ତି। ବିଜେପିର ବିଚାରଧାରା ଅଳ୍ପସଂଖ୍ୟକ ବିରୋଧୀ ନୁହେଁ। ତେଣୁ ସାମ୍ପ୍ରଦାୟିକ ରାଜନୀତି ହେବାର ପ୍ରଶ୍ନ ଉଠୁନି’।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆହୁରି କହିଛନ୍ତି, ମୋଦି ସରକାର ଆରମ୍ଭରୁ ମସଲମାନ ନାଗରିକଙ୍କ ଭିତରେ ଥିବା ଭୟକୁ ହଟାଇ ଆତ୍ମବିଶ୍ୱାସ ଜାଗୃତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ହେଲେ କିଛି ଶକ୍ତି ଓ ସଂଗଠନ ରହିଛନ୍ତି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟକୁ ଭ୍ରମିତ କରିବାକୁ ଯାଇ ଏଭଳି ମିଛ ପ୍ରଚାର କରୁଛନ୍ତି। ବିଜେପି କୌଣସି ସ୍ଥିତିରେ ଅଳ୍ପସଂଖ୍ୟକଙ୍କ ବିରୋଧରେ କାମ କରେ ନାହିଁ। ନରେନ୍ଦ୍ର ମୋଦି ପ୍ରଥମରୁ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସର ନାରା ଦେଇଛନ୍ତି। ତେଣୁ ଜାତି, ଧର୍ମ ଏବଂ ରଙ୍ଗ ଆଧାରରେ ଭେଦଭାବ ହେବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

ସମ୍ପ୍ରଦାୟକକୁ ନେଇ କିଛି ଗୋଷ୍ଠୀ ରାଜନୀତି କରୁଛନ୍ତି। ରାଜନୀତି ଭୋଟ ବ୍ୟାଙ୍କ ପାଇଁ ନୁହେଁ, ବରଂ ଦେଶ ନିର୍ମାଣ ପାଇଁ ବୋଲି କହିଛନ୍ତି ରାଜନାଥ ସିଂହ। ଯେଉଁମାନେ ହିନ୍ଦୁତ୍ୱ ବିଚାରଧାରାକୁ ବିଶ୍ୱାସ କରୁଛନ୍ତି ସେମାନେ ମଧ୍ୟ ନିଜ ନିଜ ମଧ୍ୟରେ ଭେଦଭାବ କରିପାରିବେ ନାହିଁ ବୋଲି ସେ ଏହି ଅବସରରେ କହିଛନ୍ତି।

Comments are closed.