Odisha Link
Bridging the Missing Links in Odisha

ମୋଟେରାରେ ଟ୍ରମ୍ପ୍

ଗୁଜୁରାଟ: ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ସାବରମତି ପରେ ମୋଟେରାରେ ପହଞ୍ଚିଛନ୍ତି ଟ୍ରମ୍ପ୍‌। ମୋଟେରାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମ୍‌ରେ ମୋଦୀଙ୍କ ସହ ପହଞ୍ଚିଲେ ଟ୍ରମ୍ପ୍‌। ଏଠାରେ ଟ୍ରମ୍ପ୍‌ ବିଶ୍ବର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ର ଉଦ୍ଘାଟନ କରିବେ। ଏଥିସହ ‘ମୋଟେରା ଷ୍ଟାଡିଅମ୍‌‘ରେ ଟ୍ରମ୍ପ୍‌ଙ୍କ ପାଇଁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଠାରେ ଉଭୟ ନେତା ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ମିଳିତ ଉଦ୍‌ବୋଧନ ଦେବେ। ମୋଦୀଙ୍କ ସହ ରୋଡ୍‌ ସୋ କରି ସାବରମତୀ ଆଶ୍ରମ ପରିଦର୍ଶନ କରିବା ପରେ ଟ୍ରମ୍ପ୍‌ ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚିଛନ୍ତି।

୨ ଦିନିଆ ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅହମଦାବାଦ୍‌ଠାରେ ‘ଶଙ୍ଖନାଦ’ କରି ଭବ୍ୟ ସ୍ୱାଗତ କରାଯାଇଛି। ବିମାନବନ୍ଦରରେ ଟ୍ରମ୍ପଙ୍କୁ ଗୁଜରାଟୀ ନୃତ୍ୟଗୀତରେ ସ୍ବାଗତ କରାଯାଇଛି। ୨୨ କିଲୋମିଟରରେ ରୋଡ୍‌ ଶୋ’ରେ ରାସ୍ତାରେ ଶହ ଶହ ଲୋକ ଉପସ୍ଥିତ ରହି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିଥିଲେ ଏବଂବାଟରେ ମହାତ୍ମାଙ୍କ ପ୍ରିୟ ଗୀତ ରଘୁପତି ରାଘବ ରାଜାରାମ ଶୁଣିବାକୁ ମିଳିଥିଲା। ଏଥିସହ ରାସ୍ତାର ଦୁଇପଟେ ତ୍ରିରଙ୍ଗା ଦେଖିବାକୁ ମିଳିଥିଲା। ଟ୍ରମ୍ପ୍‌ଙ୍କ ସହ ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା ଏବଂ ଜ୍ୱାଇଁ ଜାର୍ଡ କୁସ୍‌ନର୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାବିନେଟର୍‌ କେତେକ ବରିଷ୍ଠ ସଦସ୍ୟ ମଧ୍ୟ ଆସିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Comments are closed.