Odisha Link
Bridging the Missing Links in Odisha

ରାଜଘାଟରେ ଟ୍ରମ୍ପ୍

ନୂଆଦିଲ୍ଲୀ: ରାଜଘାଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ମେଲାନିଆ ଟ୍ରମ୍ପ୍। ସେଠାରେ ତାଙ୍କୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଛି। ଏଥସହ ରାଜଘାଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ମେଲାନିଆ ଟ୍ରମ୍ପ୍‌ ବୃକ୍ଷ ରୋପଣ ମଧ୍ୟ କରିଛନ୍ତି। ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତରେ ଆଜି ଅନ୍ତିମ ଦିନ। ଏହି ଅବସରରରେ ସେ ଆଜି ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ପହଁଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ତାଙ୍କ ପତ୍ନୀ ଓ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ସ୍ବାଗତ କଲେ। ପରେ ଟ୍ରମ୍ପଙ୍କୁ ଆନୁଷ୍ଠାନିକ ଭାବେ ଗାର୍ଡ ଅଫ୍‌ ଅନର୍ର ପ୍ରଦାନ କରାଯାଇ ତାଙ୍କର ସ୍ୱାଗତ କରାଯାଇଥିଲ।

ଏହାପରେ ଟ୍ରମ୍ପ୍‌ ହାଇଦ୍ରାବାଦ ହାଉସ୍‌ ଯିବେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବୈଠକ ରହିଛି। ଏହି ଅବସରରେ ୨ ଦେଶ ମଧ୍ୟରେ ବିଭିନ୍ନ ରାଜିନାମାରେ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ୧୨ଟା ୪୦ରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ। ଏହାପରେ ଟ୍ରମ୍ପ ସି.ଇ.ଓ. ରାଉଣ୍ଡ ଟେବୁଲ ପାଇଁ ଆମେରିକା ଦୂତାବାସ ଯିବେ। ଏହାପରେ ସନ୍ଧ୍ୟା ୭.୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ। ସେଠାରେ ଟ୍ରମ୍ପଙ୍କ ସମ୍ମାନର୍ଥେ ରାତ୍ର ଭୋଜନର ବ୍ୟବସ୍ଥା ରହିଛି। ଏହାପରେ ରାତି ୧୦ଟାରେ ଆମେରିକା ଫେରିଯିବେ ଟ୍ରମ୍ପ।

Comments are closed.