ଭାରତରେ କରେନା ଆକ୍ରାନ୍ତ ସଂଖ୍ୟା ୩୦କୁ ବୃଦ୍ଧି

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କରୋନା ଏହାର କାୟା ବିସ୍ତାର କରୁଛି। ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସୁଦ୍ଧା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୨୯ ଥିବା ବେଳେ ଆଜି ଏହା ୩୦କୁ ବୃଦ୍ଧି ପାଇଛି। ଆଜି ଉତ୍ତର ପ୍ରଦେଶର ଗାଜିଆବାଦରେ ଆଉ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏବେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚି ଯାଇଛି।
ଆଜି କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ନିକଟରେ ଇରାନରୁ ଫେରିଥିଲେ। ସେଠାରୁ ଫେରିବା ପରେ ତାଙ୍କର ଜ୍ୱର ଓ ଥଣ୍ଡା ଲାଗି ରହିଥିଲା। ଶେଷରେ ସେ କରୋନା ଭୂତାଣୁରେ ସଂକ୍ରମଣ ହୋଇଥିବା ଆଶଙ୍କାରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ତାଙ୍କ ଶରୀରରେ କରୋନା ଭାଇରସ ଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି।