Odisha Link
Bridging the Missing Links in Odisha

ସମବାୟ ହେଉଛି ସମୃଦ୍ଧିର ସୂତ୍ରଧର : ରାଜ୍ୟପାଳ

ଭୁବନେଶ୍ୱର : ସଂଘର୍ଷ ନୁହେଁ, ସମନ୍ୱୟ ହିଁ ଭାରତୀୟତା । ବିଭାଜନକୁ ସହଯୋଗ ଓ ସଂହତିରେ ପରିଣତ କରିବାର ପ୍ରକ୍ରିୟା ହେଉଛି ସମବାୟ । ସମବାୟ ହେଉଛି ସମୃଦ୍ଧିର ସୂତ୍ରଧର । ସମବାୟର ତତ୍ୱ ଓ ଆଦର୍ଶ ଅନ୍ୟ ସମସ୍ତ କ୍ଷେତ୍ରକୁ ପ୍ରସାରିତ ହେବା ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଆଜି ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନର ବାର୍ଷିକ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ କୃଷି ଓ ଗୋପାଳନ ହେଉଛି ଭାରତୀୟ ଅର୍ଥନୀତିର ଆଧାର । କୃଷକଙ୍କ ଆତ୍ମହତ୍ୟା ଆମ ସମସ୍ତଙ୍କ ପାଇଁ ଲଜ୍ଜାର ବିଷୟ ।

କୃଷକମାନଙ୍କୁ ସମବାୟ ଭାବଧାରାରେ ଆଣି ସେମାନଙ୍କ ସମସ୍ୟା ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବା ଦରକାର । ସମବାୟ ଏକ ମହତ ତତ୍ୱ ଏବଂ ଏହାର ପ୍ରୟୋଗ ପ୍ରତ୍ୟେକ ସ୍ତରରେ ଫଳବତୀ ହେବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ ।

ଏହି ଉତ୍ସବରେ ମୋହନ କୁମାର ମିଶ୍ର, ଟି. ପ୍ରସାଦ ରାଓ ଦୋରା, ଶାନ୍ତନୁ ଘୋଷ, ସି. ବିଜୟା ପ୍ରମୁଖ ସମବାୟ ପରିଚାଳନାର ଉପଯୋଗିତା ସଂପର୍କରେ ଆଲୋଚନା କରିଥିଲେ ।

Comments are closed.